Latest Odisha News

BREAKING NEWS

ନୂଆବର୍ଷରେ ବୁଲିଯାଆନ୍ତୁ ଓଡ଼ିଶାର ଏହିସବୁ ପର୍ଯ୍ୟଟନସ୍ଥଳୀ

ଭୁବନେଶ୍ୱର: ଆଉ କିଛି ଦିନର ଅପେକ୍ଷା ପରେ ନୂତନ ବର୍ଷ ଭାବେ ୨୦୨୦ ମସିହାର ଆଗମନ ହେବାକୁ ଯାଉଛି । ସମସ୍ତ ଆବାଳ ବୃଦ୍ଧ ବନିତା ୨୦୧୯ ମସିହାକୁ ବିଦାୟ ସ୍ୱରୂପ ଆଶା ଓ ଉଦ୍ଦୀପନାର ସହ ନୂତନ ବର୍ଷକୁ ଚାତକ ଭଳି ଚାହିଁ ରହିଛନ୍ତି ।

ରାଜ୍ୟ ଭିତରେ ଏଭଳି କିଛି ପର୍ଯ୍ୟଟନସ୍ଥଳୀ ରହିଛି ଯାହାର ମନୋରମ ଦୃଶ୍ୟ ଦେଖିଲେ ମନ୍ତ୍ରମୁଗ୍ଧ ହୋଇଯିବେ ।

ଭୀମକୁଣ୍ଡ-

ସବୁଜ ବନାନୀରେ ଭରପୂର ଓ ପାହାଡରୁ ଖସୁଥିବା ଜଳ ରାସିର କଳକଳ ନାଦ ପର୍ଯ୍ୟଟକଙ୍କୁ ବିଭୋର କରିଥାଏ । ଭୀମକୁଣ୍ଡ ସେହିଭଳି ପ୍ରକୃତିକ ସୌନ୍ଦର୍ଯ୍ୟରେ ଭରପୂର ଅତି ରୋମଣ ସ୍ଥାନ କେନ୍ଦୁଝର ଜିଲ୍ଲା ମୁଖ୍ୟାଳୟ ଠାରୁ ୧୦୦ କିମି ଦୂରରେ ରହିଛି ଏହି ଜଳପ୍ରପାତ । ଏଠାରେ ଥିବା କୁଣ୍ଡେଶ୍ୱର ମହାଦେବଙ୍କ ମନ୍ଦିର ଏହାର ସୌନ୍ଦର୍ଯ୍ୟକୁ ଦୁଇଗଣିତ କରିଥାଏ।

ବୈତରଣୀ ନଦୀର ପାଣି ଏହି କୁଣ୍ଡରେ ପଡ଼ିବା ପରେ କେଉଁଆଡ଼େ ଅଦୃଶ୍ୟ ହେଲା ପରି ଲାଗେ । ପ୍ରାୟ ୯ କିମି ପରେ ଏହି ପାଣି ଦୃଶ୍ୟମାନ ହୁଏ । ମକର ସଂକ୍ରାନ୍ତିରେ ଏଠାରେ ବୁଡ଼ ପକାଇଲେ ପାପନାଶ ହୁଏ ବୋଲି ଶ୍ରଦ୍ଧାଳୁଙ୍କ ବିଶ୍ୱାସ ରହିଛି । ଏହି ଭୀମକୁଣ୍ଡର ଦୃଶ୍ୟକୁ ଉପଭୋଗ କରିବା ପାଇଁ ଏଠାରେ ୱାଚ ଟାୱାର ବ୍ୟବସ୍ଥା କରାଯାଇଥିବା ବେଳେ ବଣଭୋଜି ଓ ପ୍ରକୃତିକ ଦୃଶ୍ୟକୁ ଉପଭୋଗ କରିବା ପାଇଁ ପର୍ଯ୍ୟଟକଙ୍କ ବେଶ୍ ଭିଡ ଜମିଥାଏ ।

ପକଡାଝର ଜଳପ୍ରପାତ-

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଜଳପ୍ରପାତ ମଧ୍ୟରୁ ପକଡାଝର ଅନ୍ୟତମ । ଏହା କନ୍ଧମାଳ ଜିଲ୍ଲା ଖଜୁରୀପଡ଼ରେ ରହିଛି । ଘଞ୍ଚ ସବୁଜ ବନାନୀ ସହ ଜଳପ୍ରପାତ ଘୋ ଘୋ ନାଦ ପର୍ଯ୍ୟଟକଙ୍କୁ ଖୁବ୍ ଅକୃଷ୍ଟ କରିଥାଏ । ପାହାଡ଼ ଉପରେ ବହୁଥିବା ଜଳଧାର ଚଟଣା ଉପରେ ପଡ଼ିବା ପରେ ଏକ ପ୍ରକାର ଗର୍ଜନ ସୃଷ୍ଟି କରିଥାଏ । ଏବଂ ସେହି ପାଣିରେ ଗାଧୋଇବାର ମଜା ଉଠାଇଥାନ୍ତି ପର୍ଯ୍ୟଟକ ।

ମଣ୍ଡାସୁର ହିଲଷ୍ଟେସନ-

ଓଡ଼ିଶାରେ ହିଲଷ୍ଟେସନ ମଜା ଉଠାଇବାକୁ ଚାହୁଁଥିଲେ ବୁଲନ୍ତୁ ମଣ୍ଡାସୁର । କନ୍ଧମାଳ ଜିଲ୍ଲାର ମଣ୍ଡାସୁର ରାଇକିଆ ନିକଟରେ ରହିଛି ମଣ୍ଡାସୁର ଇକୋଟୁରିଜିମ୍ ଏଠାରେ ସବୁଜବନାନୀ ସାଙ୍ଗକୁ ଘ ଜଙ୍ଗଲ ଆପଣଙ୍କୁ ଏକ ଶାନ୍ତପରିବେଶ ପ୍ରଦାନ କରିବ । ଏଠାରେ ପର୍ଯ୍ୟଟକଙ୍କ ପାଇଁ ରାତ୍ରିଯାପନର ସମସ୍ତ ବ୍ୟବସ୍ଥା ରହିଥିବା ବେଳେ କାଠବଙ୍ଗଳା ସମସ୍ତଙ୍କୁ ଅକର୍ଷଣ କରିଥାଏ ।

ଏଠାରେ ଥିବା ଛୋଟବଡ ଝରଣା ୱାଚ ଟାୱାର ଏବଂ ପର୍ଯ୍ୟଟନସ୍ଥଳୀ କଡେ କଡେ ଥିବା ସୁଉଚ୍ଚ ପାହାଡ ମଣ୍ଡାସୁରର ଶୋଭା ବର୍ଦ୍ଧନା କରିଥାଏ । ଏଠାରେ ଖାସ କରି ଶୀତ ଋତୁରେ ଦର୍ଶକମାନେ ବଣଭୋଜି ମଜା ଉଠାଇଥାନ୍ତି ।

Leave A Reply

Your email address will not be published.