Latest Odisha News

BREAKING NEWS

ଉତ୍ତରପ୍ରଦେଶରେ ଜାତିଗତ ଆକ୍ଷେପ ସହ ଚାପୁଡ଼ା ମାରିବା ଘଟଣା: ଶିକ୍ଷୟିତ୍ରୀ ଗିରଫ, ସ୍କୁଲ ଛାଡ଼ିଲା ଛାତ୍ର

ଉତ୍ତରପ୍ରଦେଶ: ଉତ୍ତର ପ୍ରଦେଶର ଏକ ସ୍କୁଲରେ ଜଣେ ମୁସଲିମ୍ ଛାତ୍ରଙ୍କୁ ଅନ୍ୟ ଛାତ୍ରମାନେ ଚାପୁଡ଼ା ମାରିବା ଘଟଣାକୁ ନେଇ ତେଜିଥିବା ବିବାଦ ଥମିବା ନାଁ ଧରୁନି। ଏହି ଘଟଣାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବାବେଳେ ପୀଡ଼ିତ ଛାତ୍ରଙ୍କୁ ଉକ୍ତ ସ୍କୁଲରୁ ନିଆଯାଇ ଏକ ଘରୋଇ ଇଂଲିଶ ମିଡିୟମ ସ୍କୁଲରେ ଆଡମିଶନ କରାଯାଇଛି। ଉକ୍ତ ଛାତ୍ରଙ୍କ ସମସ୍ତ ପାଠପଢ଼ା ଖର୍ଚ୍ଚ ଜାମିଆତ- ଇ- ଉଲେମା ନାମକ ସଙ୍ଗଠନ ବହନ କରିବ ବୋଲି ଜଣାଯାଇଛି। ଏଥିସହ ଏହି କାଣ୍ଡ ଘଟାଇଥିବା ଶିକ୍ଷୟିତ୍ରୀ ତୃପ୍ତି ତ୍ୟାଗୀଙ୍କୁ ଗିରଫ କରାଯାଇଛି।

ସଙ୍ଗଠନ ପକ୍ଷରୁ ପିଲାଟିର ଆଡମିଶନଠାରୁ ଆରମ୍ଭ କରି ସମସ୍ତ ଖର୍ଚ୍ଚ ବହନ କରିବ  ଜାମିଆତ- ଇ- ଉଲେମା ନାମକ । ପିଲାଟି ଯେଉଁ ପର୍ଯ୍ୟନ୍ତ ପାଠ ପଢ଼ିବାକୁ ଚାହିଁବ , ଏହି ସଙ୍ଗଠନ ତାକୁ ଆର୍ଥିକ ସହାୟତା ଯୋଗାଇ ଚାଲିବ  । ଏପରିକି ପିଲାଟିର ଘରଠାରୁ ସ୍କୁଲଟି କିଛି କିଲୋମିଟର ଦୂର ହୋଇଥିବାରୁ ପିଲାଟି ସଂସ୍ଥା ତରଫରୁ ଗାଡ଼ି ବ୍ୟବସ୍ଥା ବି କରାଯିବ । ସଙ୍ଗଠନ ସଦସ୍ୟ ପୀଡ଼ିତ ଛାତ୍ରଙ୍କ ପରିବାର ସଦସ୍ୟଙ୍କୁ ଭେଟି ଏ ସମ୍ପର୍କରେ ଅବଗତ କରି ସାରିଛନ୍ତି। ଏପରିକି ଗତକାଲି ପିଲାଟିର ବାପା ନୂତନ ସ୍କୁଲକୁ ଯାଇ ପିଲାଟିର ଆଡମିଶନ ପ୍ରକ୍ରିୟା ଶେଷ କରିଥିବା ଜଣାଯାଇଛି।

ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ଶିକ୍ଷୟିତ୍ରୀଙ୍କୁ ବିଭିନ୍ନ ମହଲରୁ ନିନ୍ଦା କରାଯାଉଛି  । ଏପରିକି ଉତ୍ତରପ୍ରଦେଶର ସଂଖ୍ୟାଲଘୁ କମିଶନ ପକ୍ଷରୁ ଏନେଇ ସ୍କୁଲ କର୍ତ୍ତୃପକ୍ଷଙ୍କୁ ପଚରାଉଚରା କରାଯାଉଛି। ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଏହି ଘଟଣାର ରିପୋର୍ଟ ଦେବାକୁ କୁହାଯାଇଛି। ଏଥିସହ ଏହି ଘଟଣା ଘଟାଇଥିବା ଶିକ୍ଷୟିତ୍ରୀ ତୃପ୍ତି ତ୍ୟାଗୀଙ୍କୁ ଗିରଫ କରାଯାଇଛି  । ଏବଂ ଆସନ୍ତା ୬ ତାରିଖରେ କମିଶନ ଙ୍କ ନିକଟରେ ହାଜର ହେବାକୁ ନିର୍ଦ୍ଦେଶାନାମା ଜାରି କରାଯାଇଛି।

Leave A Reply

Your email address will not be published.