Latest Odisha News

BREAKING NEWS

ତଳମୁହାଁ ହେଉଛି ସଂକ୍ରମଣ, ଲୋକଙ୍କୁ ସଚେତନ ରହିବାକୁ ପରାମର୍ଶ ଦେଲେ ବିଏମସି ଅତିରିକ୍ତ କମିଶନର

ଭୁବନେଶ୍ୱର : ଧୀରେ ଧୀରେ ତଳମୁହାଁ ହେଉଛି ସଂକ୍ରମଣ । ନଭେମ୍ବରରେ ସଂକ୍ରମଣ  ହ୍ରାସ ପାଇଛି । ଦୀର୍ଘ ଦିନ ପରେ ଖୋର୍ଦ୍ଧା ଜିଲ୍ଲାରେ ଶହେ ତଳକୁ ଖସିଛି ଦୈନିକ ସଂକ୍ରମଣ। ରାଜ୍ୟରେ ୨୦ ଟି ଜିଲ୍ଲାରେ ୧୭୦ ଜଣ ନୂଆ ସଂକ୍ରିମିତ ଚିହ୍ନଟ ହୋଇଥିବା ବେଳେ। ଖୋର୍ଦ୍ଧାରୁ ୬୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଭୁବନେଶ୍ୱରରେ ସଂକ୍ରମଣ ୫୦ ତଳକୁ ଖସିଛି। ଜନ ସାଧାରଣ ସଚେତନ ରହିଲେ ସଂକ୍ରମଣ ହ୍ରାସ ପାଇବ ଓ ରୋଗ ଦୂରେଇକି ରହିବ ବୋଲି ବିଏମସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ କହିଛନ୍ତି। ପାର୍ବଣରେ ସଂକ୍ରମଣ ବଢ଼ିବା ନେଇ ଆଂଶକା କରାଯାଉଥିଲେ ମଧ୍ୟ ଏହା ହ୍ରାସ ପାଇଛି।

ଏହା ଜନସାଧାରଣଙ୍କ ପାଇଁ ସବୁଠୁ ବଡ ଆଶ୍ୱସ୍ତି କର ଖବର। ଯେତେ ଦୂର ସମ୍ଭବ ଗଣମାଧ୍ୟମ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ଲୋକଙ୍କୁ ସଚେତନ କରିବାରେ। ଯେ ପର୍ଯ୍ୟନ୍ତ ସଂକ୍ରମଣ ହ୍ରାସ ନ ହୋଇଛି ଆମକୁ ସତର୍କ ରହିବାକୁ ହେବ ବୋଲି ବିଏମସି ଅତିରିକ୍ତ କମିଶନର କହିଛନ୍ତି। ଆମେ ଯେ ପର୍ଯ୍ୟନ୍ତ ଫ୍ରି ରେ ବୁଲି ନପାରିଛୁ ସେପର୍ଯ୍ୟନ୍ତ ଜନସାଧାରଣ ସତର୍କ ରହିବାକୁ ଅନୁରୋଧ କରିଛନ୍ତି କମିଶନର।

Comments are closed.