Latest Odisha News

BREAKING NEWS

ଫିଟ୍ ରହିବା ପାଇଁ ବର୍ଷାଦିନେ କରନ୍ତୁ ଏପରି ଡାଏଟ

ଭୁବନେଶ୍ଵର: ବର୍ଷାଦିନେ ଖୋଲା ଆକାଶ ତଳେ ଝିପିଝିପି ବର୍ଷାରେ ଭିଜିବାର ମଜା ନେବା ଲୋକଙ୍କ ସଂଖ୍ୟା ନିହାତି କମ୍‌ ନୁହେଁ। ଅନ୍ୟପଟେ ବର୍ଷାଦିନେ ଦେହ ଖରାପ ହେବା ଏକ ସାଧାରଣ କଥା। ଏହି ସମୟରେ ଥଣ୍ଡା ଲାଗିବା, ଜ୍ୱର ହେବା, ପେଟ ଖରାପ, ଡେଙ୍ଗୁ, ମ୍ୟାଲେରିଆ ଆଦି ରୋଗରୁ ସାବଧାନ ରହିବା ନିହାତି ଜରୁରୀ। ବଡ଼ରୁ ସାନ, ବିଶେଷ କରି ଛୋଟ ଛୋଟ ପିଲାମାନେ ଏହି ସମୟରେ ଅଧିକ ରୋଗାକ୍ରାନ୍ତ ହୋଇଥାନ୍ତି। ତେଣୁ ବର୍ଷାଦିନେ ସୁସ୍ଥ ରହିବାର ଚାବି ରହିଛି ସଠିକ ଖାଦ୍ୟାଭ୍ୟାସରେ । ତେବେ ଆସନ୍ତୁ ଜାଣିବା ବର୍ଷାଦିନରେ କିପରି କରିବେ ଡାଏଟ…

ବର୍ଷାଦିନେ ବେଶି ଲୁଣି ଖାଦ୍ୟ ଖାଆନ୍ତୁ ନାହିଁ। କୌଣସି ଖାଦ୍ୟ ଅଧିକ ମାତ୍ରାରେ ମଧ୍ୟ ଖାଇବା ଉଚିତ୍ ନୁହେଁ। ଏହି ପ୍ରକାର ଖାଦ୍ୟାଭ୍ୟାସ ଦ୍ଵାରା ଆପଣଙ୍କୁ ଅଧିକ ମାତ୍ରାରେ ପାଣି ପିଇବାକୁ ପଡିଥାଏ । ସେହିପରି ବର୍ଷାଦିନେ ଅଧିକ ମାଛ, ମାଂସ କିମ୍ବା ଅଣ୍ଡା ଖାଇବା ଦେହ ପାଇଁ ଭଲ ନୁହେଁ । ଏହି ସମୟରେ ଅଧିକ ପରିମାଣରେ ସବୁଜ ପରିପନିବା ଖାଆନ୍ତୁ । ଚେଷ୍ଟା କରନ୍ତୁ ଶୁଖିଲା ଖାଦ୍ୟ ଖାଇବା ପାଇଁ । କିନ୍ତୁ ଅଧିକ ମସଲାଯୁକ୍ତ ଖାଦ୍ୟ ଶରୀରରେ ପାଣିର ଭାରସାମ୍ୟ ନଷ୍ଟ କରିଥାଏ । ଯଦି ଆପଣ ପ୍ରାୟତଃ ବାହାର ଖାଦ୍ୟ ଖାଉଛନ୍ତି ତା’ହେଲେ ପାଣି ଜାତୀୟ ଖାଦ୍ୟଠାରୁ ଦୂରେଇ ରୁହନ୍ତୁ । ସୋରିଷ ତେଲ, ସାଲାଡ୍, କଟା ଫଳ, ଆଚାର, ଖଟା ଇତ୍ୟାଦି ନ ଖାଇବା କିମ୍ବା କମ୍ ଖାଇବା ଭଳ। ଏହିସବୁ ଖାଦ୍ୟରୁ ସହଜରେ ସଂକ୍ରମଣ ହୋଇଥାଏ । ନିମ୍ବପତ୍ର, ମେଥିଶାଗ, କଲରା ଅଧିକ ପରିମାଣରେ ଖାଇବାକୁ ଚେଷ୍ଟା କରନ୍ତୁ । ମୂଳକଥା ହେଉଛି, ବର୍ଷାଦିନେ ସଠିକ ଖାଦ୍ୟାଭ୍ୟାସ ହିଁ ଆପଣଙ୍କୁ ସୁସ୍ଥ ରହିବାରେ ସାହାଯ୍ୟ କରିବ।

 

Comments are closed.