Latest Odisha News

BREAKING NEWS

ଲିଭର ସୁସ୍ଥ ରଖିବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ଉପାୟ….

ଆମ ଶରୀରରେ ଲିଭର ଗୋଟିଏ ମହତ୍ତ୍ୱପୂର୍ଣ୍ଣ ଅଙ୍ଗ  । ଯାହା ରକ୍ତକୁ ସ୍ୱଚ୍ଛ କରିବା କରିବାରେ ସାହାଯ୍ୟ କରିଥାଏ  । ମଣିଷର ଯକୃତ ଭିଟାମିନ ଓ ମିନେରାଲସକୁ ମଧ୍ୟ ସରଂକ୍ଷିତ କରି ରଖିବା ଭଳି କାର୍ଯ୍ୟ କରିଥାଏ। ତେଣୁ ଲିଭରକୁ ସୁରକ୍ଷିତ ରଖିବା ପାଇଁ କିଛିଟା ଖାଦ୍ୟକୁ ଆମ ନିଜର ଦୈନନ୍ଦିନ ଖାଦ୍ୟରେ ସାମିଲ କରିବା ଉଚିତ ।

– ସେଓ ରେ ପେକ୍ଟିନ ଭଳି କିଛି ପୋଲିଫିନଲସ ରହିଛି, ଯାହାକି ଲିଭର ପାଇଁ ଖୁବ ଉପଯୋଗୀ ।ଏହି ତତ୍ତ୍ୱ ଲିଭରକୁ ସଫା ରଖିଥାଏ ।

– ହଳଦୀ ରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଗୁଣ ଲିଭର ର କୋଷିକା ଗୁଡିକୁ ସୁରକ୍ଷା ପ୍ରଦାନ କରିଥାଏ ଓ ଲିଭର ଡିଟକ୍ସିଫାଇ କରିବାରେ ସାହାଯ୍ୟ କରେ। ଯାହାଦ୍ୱାରା ଲିଭର ସୁରକ୍ଷିତ ରହିଥାଏ ।

– ପତ୍ରଯୁକ୍ତ ସବୁଜ ପନିପରିବାରେ ଅନେକ କ୍ୟାଲୋରୀ ରହିଥାଏ, ଯାହାକି ଲିଭରର ଡିଟକ୍ସିଫାଇ ଏଜେଣ୍ଟ ଭାବରେ କାର୍ଯ୍ୟ କରିଥାଏ। ଏଥିରେ ମଧ୍ୟ ଉଚ୍ଚ ମାତ୍ରାରେ ଫାଇବର ରହିଥାଏ ।

– ପ୍ରାୟ ଅନେକ ଲୋକ ସକାଳୁ ଉଠିଲେ ଗ୍ରୀନ ଟି ସେବନ କରି ଥାଆନ୍ତି ।ଏଥିରେ ଥିବା ଆଣ୍ଟିଅକ୍ସିଡେଣ୍ଟ ଲିଭର କୁ ସୁରକ୍ଷିତ ରଖିବା ସହ ସଫା ରଖିବାରେ ସାହାଯ୍ୟ କରେ । ତେଣୁ ବିଶେଷଜ୍ଞଙ୍କ ମତରେ ଯେଉଁ ବ୍ୟକ୍ତିମାନେ ସକାଳୁ ଗ୍ରୀନ ଟି ସେବନ କରୁଛନ୍ତି, ସେମାନଙ୍କ ପାଇଁ ଖୁବ ଭଲ।

-ଟମାଟୋ ଡ଼ାଈଜେଷ୍ଟିଭ ଏଞ୍ଜାଇମ କୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ଏହାଛଡା ଲିଭର କୁ ଡିଟକ୍ସିଫାଇ କରିବାରେ ମଧ୍ୟ ଟମାଟୋ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ।

– ଭିଟାମିନ ସି ଯୁକ୍ତ ବିଭିନ୍ନ ପ୍ରକାରର ଖଟା ଫଳମୂଳ ମଧ୍ୟ ଲିଭର କୁ ସଫା ରଖିବାରେ ସାହାଯ୍ୟ କରିଥାଏ। ଯେପରିକି ଲେମ୍ବୁ, ଖଟା କମଳା, ଅଙ୍ଗୁର ଇତ୍ୟାଦି ନିଜ ଖାଇବାରେ ସାମିଲ କରନ୍ତୁ।

– ସଲଫର ଲିଭର ପାଇଁ ଖୁବ ଉପଯୋଗୀ ଅଟେ । ଖାଦ୍ୟ ବିଶେଷଜ୍ଞ ଙ୍କ ମତରେ ଅଦା ରେ ଥିବା ସଲଫର ଲିଭର ର କାର୍ଯ୍ୟକୁ ଦ୍ରୁତ ଗତିରେ ବଢାଇବାରେ ସାହାଯ୍ୟ କରିଥାଏ । ତେଣୁ ଅଦା ଯୁକ୍ତ ପାଣି ସେବନ କରିବା ଖୁବ ହିତକର ।

– ବିଟ ରୁଟି ଓ ଗାଜର ଏହି ଦୁଇଟି ଜିନିଷ ପୋଷକ ତତ୍ତ୍ୱରେ ଭରପୁର ରହିଥାଏ।ଏହି ଦୁଇଟି ଜିନିଷରେ ପ୍ରସ୍ତୁତ ଜୁସ ଯଦି ଆପଣ ନିୟମିତ ସେବନ କରିବେ ଲିଭର ଡିଟକ୍ସ ରହିବାରେ ଅନେକ ମାତ୍ରାରେ ସାହାଯ୍ୟ କରିବ।

 

 

Leave A Reply

Your email address will not be published.