Latest Odisha News

BREAKING NEWS

ୟୁକ୍ରେନ୍ ଫେରନ୍ତା ଭାରତୀୟଙ୍କ ପାଇଁ ପୋଲାଣ୍ଡରେ ସ୍ୱତନ୍ତ୍ର ବ୍ୟବସ୍ଥା

ନୂଆଦିଲ୍ଲୀ: ୟୁକ୍ରେନରେ ଦିନକୁ ଦିନ ଯୁଦ୍ଧ ସ୍ଥିତି ବିଗିଡିବାରେ ଲାଗିଛି । ବିଭିନ୍ନ ଦେଶର ନାଗରିକ ୟୁକ୍ରେନ୍ ଛାଡୁଛନ୍ତି । ସେଠାର ଫସିଥିବା ଭାରତୀୟଙ୍କୁ ସୁରକ୍ଷିତ ଭାବରେ ଫେରାଇ ଆଣୁଛନ୍ତି କେନ୍ଦ୍ର ସରକାର । ଅପରେସନ୍ ଗଙ୍ଗାରେ ସ୍ୱତନ୍ତ୍ର ବିମାନ ଯୋଗେ ଭାରତୀୟ ଫେରୁଛନ୍ତି । ୟୁକ୍ରେନରୁ ହଙ୍ଗେରୀ ଓ ରୋମାନିଆ ସୀମା ଦେଇ ସେମାଙ୍କୁ ଫେରାଇ ଅଣାଯାଉଛି ।

ୟୁକ୍ରେନରୁ ଫେରୁଥିବା ଭାରତୀୟଙ୍କ ପାଇଁ ସୀମାନ୍ତ ପୋଲାଣ୍ଡରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ରହଣି ଓ ଖାଇବା ପିଇବା ବ୍ୟବସ୍ଥା କରାଯାଇଛି । ସେମାନଙ୍କ ପାଇଁ ଶୋଇବା ବ୍ୟବସ୍ଥା ହୋଇଛି । ଯେପର୍ଯ୍ୟନ୍ତ ବିମାନ ବ୍ୟବସ୍ଥା ହୋଇ ନଥିବ ସେତେବେଳ ଯାଏ ସେଠାରେ ଆଶ୍ରୟ ନେବେ ଭାରତୀୟ ଛାତ୍ରଛାତ୍ରୀ ।

ବର୍ତ୍ତମାନ ସୁଦ୍ଧା ଅପରେସନ୍ ଗଙ୍ଗରେ 6ଟି ବିମାନରେ ଭାରତ ଫେରିଲେଣି ପାଖାପାଖି ଦୁଇ ହଜାର ଛାତ୍ରଛାତ୍ରୀ । ଆହୁରି ହଜାର ହଜାର ଛାତ୍ରଛାତ୍ରୀ ଓ ଭାରତୀୟ ସେଠାରେ ଫସି ରହିଛନ୍ତି । ସେମାନଙ୍କୁ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ କେନ୍ଦ୍ର ସରକାର ଉଦ୍ୟମ ଜାରି ରଖିଛନ୍ତି ।

Comments are closed, but trackbacks and pingbacks are open.