Latest Odisha News

BREAKING NEWS

ବସଷ୍ଟାଣ୍ଡ ନିର୍ମାଣ ପାଇଁ ଜିଲ୍ଲାପାଳଙ୍କ ଅଫିସ୍ ଘେରାଉ

ସୋନପୁର: ବସଷ୍ଟାଣ୍ଡ ନିର୍ମାଣ ଦାବିରେ ଆନ୍ଦୋଳନ । ଜିଲ୍ଲାପାଳଙ୍କ ଅଫିସ୍ ଘେରିଲା ବିଜେପି । ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମାର ନୂତନ ବସଷ୍ଟାଣ୍ଡ ନିର୍ମାଣ, ଉନ୍ନତିକରଣ କାର୍ଯ୍ୟ ଦାବିରେ ଆନ୍ଦୋଳନ କରିଛି ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା । ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ୍ ଘେରାଉ କରାଯାଇଛି । ବିଜେପି ଯୁବ ମୋର୍ଚ୍ଚା କର୍ମୀମାନେ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ବିକ୍ଷୋଭ କରିଥିଲେ ।

ଏଥିସହ ୪ ଦଫା ଦାବି ପତ୍ର ଜିଲ୍ଲାପାଳଙ୍କୁ ଦିଆଯାଇଛି । ସରକାର ସୋନପୁର ସହରରେ ଏକ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଅର୍ଥ ଅନୁଦାନ ଯୋଗାଇ ଦେଇଛନ୍ତି । ଏବେ ଥିବା ବସଷ୍ଟାଣ୍ଡଟି ସହରର ମଧ୍ୟ ଭାଗରେ ଥିବାରୁ ନୂତନ ବସଷ୍ଟାଣ୍ଡଟି ସେହି ଠାରେ ନିର୍ମାଣ ଦାବି କରିଛି ଦଳ । ବସଷ୍ଟାଣ୍ଡ ଅନ୍ୟତ୍ର ସ୍ଥାନାନ୍ତରିତ ହେଲେ ଜନସାଧାରଣ ଅସୁବିଧାର ସମ୍ମୁଖୀନ ହେବେ ।

Comments are closed.