ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ(ଡିଆରଆଇ)ର ଅଧିକାରୀମାନେ ମଙ୍ଗଳବାର ଦିନ ୪୦୦ ପ୍ୟାକେଟ ବିଦେଶୀ ବ୍ରାଣ୍ଡର ସିଗାରେଟ୍ ଜବତ କରିଛନ୍ତି ।
ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନାକୁ ଆଧାର କରି ଡିଆରଆଇର ଅଧିକାରୀମାନେ ଏୟାର ଏସିଆ ଫ୍ଲାଇଟ ଏକେ ୩୧ରେ ମାଲେସିଆରୁ ଆସୁଥିବା ୨ଜଣ ଯାତ୍ରୀଙ୍କୁ ସିଗାରେଟ୍ ଚାଲାଣ କରିବା ଅଭିଯୋଗରେ ହେପାଜତରେ ନିଆଯାଇଛି ।
ଅପରପକ୍ଷରେ ପାଖାପାଖି ୮୦ ହଜାର ସିଗାରେଟ ପ୍ୟାକେଟ୍ ଜବତ କରାଯାଇଥିବା ବେଳେ ଏହାର ଆନୂମାନିକ ୧୨ ଲକ୍ଷ ଟଙ୍କା ହେବା ନେଇ ଜଣାପଡିଛି ।
ତେବେ ଡିଆରଆଇ ପକ୍ଷରୁ ଯାତ୍ରୀଙ୍କ ପରିଚୟ ଦିଆଯାଇନଥିବା ବେଳେ ସେମାନଙ୍କୁ ପଚାରଉଚରା କରାଯାଉଥିବା ନେଇ ସୂଚନା ମିଳିଛି ।
Comments are closed.