Latest Odisha News

BREAKING NEWS

କାଶ୍ମୀରକୁ ଭୁଲିଯାଅ ଭାରତ ସହ ବନ୍ଧୁତା କର : ସାଉଦି ଆରବ

ନୂଆଦିଲ୍ଲୀ : ବର୍ତ୍ତମାନ ସମୟରେ  ପାକିସ୍ତାନରେ ଭୟଙ୍କର ଆର୍ଥିକ ସଙ୍କଟ ଦେଖାଦେଇଛି । ଦେଶରେ ସମସ୍ତ ଦୈନିକ ବ୍ୟବହାର ସାମଗ୍ରୀର ଦର ଆକାଶଛୁଆଁ ହୋଇଯାଇଛି । ସବୁଠୁ ବଡ଼ କଥା ହେଉଛି ଏଭଳି ସ୍ଥିତିରେ ମୁସଲିମ୍ ଦେଶମାନେ ପାକିସ୍ତାନର ହାତ ମଧ୍ୟ ଛାଡ଼ିବାରେ ଲାଗିଛନ୍ତି । ଯେଉଁମାନେ ପୂର୍ବରୁ ପାକିସ୍ତାନର ବନ୍ଧୁ ହୋଇ ସାଥ୍‌ ଦେଉଥିଲେ, ସେମାନେ ଏବେ ଦୂରେଇ ଯାଉଥିବା ଜଣାପଡ଼ିଛି । ଏହି କ୍ରମରେ ଦୁଇ ମୁସଲିମ ଦେଶ ଦେଇ ସାମିଲ ହୋଇଛନ୍ତି ସାଉଦି ଆରବ ଓ ୟୁନାଇଟେଡ୍‌ ଆରବ ଏମୀରାତ ।

ଏହି ଦୁଇ ବଡ଼ ମୁସଲିମ ରାଷ୍ଟ୍ର ପାକିସ୍ତାନକୁ ସିଧାସଳଖ କହିଛନ୍ତି, କଶ୍ମୀରକୁ ଭୁଲିଯାଅ ଓ ଭାରତ ସହିତ ବନ୍ଧୁତା ସ୍ଥାପନ କର ।  ପାକିସ୍ତାନୀ ଗଣମାଧ୍ୟମର ଏକ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ପାକିସ୍ତାନ କଶ୍ମୀର ସମସ୍ୟାକୁ ନେଇ ଇସଲାମିକ ଦେଶମାନଙ୍କର ସଂଗଠନ ଓଆଇସିରେ ହୋ-ହଲ୍ଲା କରୁଥିଲା । ସଉଦୀ ଅରବ ହେଉଛି ଏହି ଓଆଇସି ସଂଗଠନରେ ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର । ତେବେ କଶ୍ମୀର ପ୍ରସଙ୍ଗରେ ସାଉଦୀ ଅରବ ପାକିସ୍ତାନର ସାଥ ଦେବ ନାହିଁ ବୋଲି ସ୍ପଷ୍ଟ କରିଦେଇଛି ।

କେବଳ ସାଥ୍‌ ଦେବେ ନାହିଁ ବୋଲି  ମନା କରିଛନ୍ତି ତାହା ନୁହେଁ ପାକିସ୍ତାନ ଭାରତ ସହିତ ଶାନ୍ତିର ରାସ୍ତା ଆପଣାଇବା ଉଚିତ୍‌ ବୋଲି ଦୁଇ ରାଷ୍ଟ୍ର କହିଛନ୍ତି । ଏହା ପୂର୍ବରୁ ବି  କଶ୍ମୀରକୁ ନେଇ ଭାରତ ସହିତ ବୁଝାମଣା କରିବାକୁ ପାକିସ୍ତାନ ସହମତି ପ୍ରକାଶ କରିଥିଲା ।

 

Leave A Reply

Your email address will not be published.