Latest Odisha News

BREAKING NEWS

ବିଜେଡ଼ିରେ ଯୋଗ ଦେଲେ ପୂର୍ବତନ ଏୟାର ଇଣ୍ଡିଆ ପାଇଲଟ କ୍ୟାପଟେନ ମନ୍ମଥ ରାଉତରାୟ

ଭୁବନେଶ୍ୱର: ପୂର୍ବତନ ଏୟାର ଇଣ୍ଡିଆ ପାଇଲଟ କ୍ୟାପଟେନ ମନ୍ମଥ ରାଉତରାୟଙ୍କ ସହ ଜଟଣୀ ନିର୍ବାଚନମଣ୍ଡଳୀର ଶତାଧିକ କଂଗ୍ରେସ କର୍ମୀ ଆଜି ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ, ବିଜେଡି ଖୋର୍ଦ୍ଧା ଜିଲ୍ଲା ସଭାପତି ତଥା ପୂର୍ବତନ ଜଟଣୀ ବିଧାୟକ ବିଭୂତି ବଳବନ୍ତରାୟ, ରାଜ୍ୟସଭା ସାଂସଦ ଡଃ ସସ୍ମିତ ପାତ୍ର ଓ ସୁଲତା ଦେଓଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି ।

ଦଳରେ ସାମିଲ୍ ହୋଇଥିବା କ୍ୟାପଟେନ ମନ୍ମଥ ରାଉତରାୟ ଏବଂ ଶତାଧିକ କଂଗ୍ରେସ କର୍ମୀଙ୍କୁ ଶ୍ରୀ ମଙ୍ଗରାଜ, ଡଃ ପାତ୍ର, ଶ୍ରୀମତି ଦେଓ ଓ ବଳବନ୍ତରାୟ ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ । ଆଜି କଂଗ୍ରେସ କର୍ମୀଙ୍କ ଯୋଗଦାନ ଫଳରେ ବିଶେଷକରି ଜଟଣୀ ନିର୍ବାଚନମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ମଙ୍ଗରାଜ, ଡଃ ପାତ୍ର ଓ ବଳବନ୍ତରାୟ କହିଥିଲେ ।

ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ଯୁବ ନେତା କ୍ୟାପଟେନ ମନ୍ମଥ ରାଉତରାୟ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲି । ୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ କାର୍ଯ୍ୟ ଶୈଳୀରେ ଅନୁପ୍ରାଣିତ ହୋଇଛି । ଦଳରେ ମୋତେ ଏବଂ ମୋ ସହ ଯୋଗ ଦେଇଥିବା ସମସ୍ତ କଂଗ୍ରେସ କର୍ମୀଙ୍କୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ ।

ଶଙ୍ଖଭବନରେ ବିଜେଡିରେ ଯୋଗଦାନ ପରେ ମନ୍ମଥ ରାଉତରାୟ, ନବୀନ ନିବାସ ଯାଇ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ଅଧ୍ୟକ୍ଷଙ୍କ ସହ ସାକ୍ଷାତ କରି ଆଶୀର୍ବାଦ ଗ୍ରହଣ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଦଳରେ ସ୍ୱାଗତ କରିବା ସହ ରାଜ୍ୟର ବିକାଶ ଦିଗରେ କାର୍ଯ୍ୟ କରିବାକୁ ଉତ୍ସାହିତ କରିଥିଲେ । ଏହି ମିଶ୍ରଣ ପର୍ବରେ ବୋଲଗଡ ବେଗୁନିଆ ନିର୍ବାଚନମଣ୍ଡଳୀର ସହପ୍ରଭାରୀ ସୁନିଲ କୁମାର ରାଉତରାୟ, ଉପସଭାପତି ସୁଧାଂଶୁ ମୋହନ ପଟ୍ଟନାୟକ, ତ୍ରିଲୋଚନ ପ୍ରଧାନ, ସୁରେଶ ଗଜେନ୍ଦ୍ର, ଛାତ୍ର କଂଗ୍ରେସ ସେକ୍ରେଟାରୀ ସୌମ୍ୟ ଶ୍ରୀଚନ୍ଦନ, ଜିଲ୍ଲାପରିଷଦ ପ୍ରାର୍ଥୀ ଜ୍ୟୋର୍ତିମୟୀ ଛୋଟରାୟ, ଭୁବନେଶ୍ୱର ବ୍ଲକ ପୂର୍ବତନ ଅଧ୍ୟକ୍ଷ ଦୁଃଶାସନ ସ୍ୱାଇଁ, କୁଦିଆରି ସମବାୟ ସମିତି ସଭାପତି ବବିତା ଛୋଟରାୟଙ୍କ ସହ ଶତାଧିକ କଂଗ୍ରେସ କର୍ମୀ ବିଜେଡ଼ିରେ ସାମିଲ୍ ହୋଇଥିଲେ । ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.