Latest Odisha News

ପଞ୍ଚାୟତ ନିର୍ବାଚନ: ୧୦ ଜିଲ୍ଲାକୁ ଗଲା ବାଲଟ୍ ପେପର୍

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ପୂର୍ବରୁ ବିଭିନ୍ନ ଜିଲ୍ଲାକୁ ଭୋଟ୍ ବାକ୍ସ ପଠାଇଥିବା ବେଳେ ଏବେ ୧୦ ଜିଲ୍ଲାକୁ ଗଲା ବାଲାଟ ପେପର । ୱାର୍ଡ ମେମ୍ବର, ସରପଞ୍ଚ ଓ ପଞ୍ଚାୟତ ସମିତି ସଭ୍ୟ ପାଇଁ ବାଲାଟ ପେପର ପଠାଯାଇଛି । ଗତକାଲି ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ୧୦ଟି ଜିଲ୍ଲାକୁ ବାଲାଟ ପେପର ପଠାଯାଇଛି ।

ଆସନ୍ତା ୧୯ ଓ ୨୧ ତାରିଖରେ ଅନ୍ୟ ୨୦ ଜିଲ୍ଲାକୁ ପଠାଯିବ ବାଲାଟ ପେପର । ଏଥିସହ ଜୋରସୋର ହୋଇଛି ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି । ନାମାଙ୍କନ ଦାଖଲ ପ୍ରକ୍ରିୟା ଜାରି ରହିଛି । ଆସନ୍ତା ୨୧ ତାରିଖ ଯାଏ ପ୍ରାର୍ଥିପତ୍ର ଦାଖଲ କରିହେବ । ଗତକାଲି ପ୍ରଥମ ଦିନରେ ୮ହଜାରରୁ ଅଧିକ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିଲେ ।

ସେହିପରି ଗତକାଲି ପଞ୍ଚାୟତ ନିର୍ବାଚନରେ ନିୟୋଜିତ ହେବାକୁ ଥିବା ପର୍ୟ୍ୟବେକ୍ଷକଙ୍କ ଏକ ପ୍ରଶିକ୍ଷଣ ଶିବିର ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଥିଲା । ପଞ୍ଚାୟତ ନିର୍ବାଚନରେ ୩୮ ଜଣ ସାଧାରଣ ପର୍ୟ୍ୟବେକ୍ଷକ ଓ ନିର୍ବାଚନୀ ଖର୍ଚ୍ଚ ତଦାରଖ ପାଇଁ ୩୪ ଜଣ ଅବଜର୍ଭର ନିୟୋଜିତ ହେବେ । ସେମାନଙ୍କ ସହ ଗତକାଲି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ ।

ଆସ୍ତା ଫେବ୍ରୁଆରୀ ୧୬ ତାରିଖରୁ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ହେବ । କୋଭିଡ୍ କଟକଣାରେ ୫ଟି ପର୍ଯ୍ୟାୟରେ ନିଆଯିବ ଭୋଟ୍ । ୨୫ ତାରିଖ ଯାଏ ମତଦାନ ଚାଲିବ । ଫେବ୍ରୁଆରୀ ୨୬,୨୭ ଓ ୨୮ ତିନି ଦିନ ଚାଲିବ ଭୋଟ୍ ଗଣତି ।

Comments are closed, but trackbacks and pingbacks are open.