Latest Odisha News

BREAKING NEWS

ଯୁଦ୍ଧ ବେଳେ ଲୋକଙ୍କୁ ସହଯୋଗ କରିବାକୁ ଟ୍ରକ ଷ୍ଟିଅରିଂ ଧରିଲେ ପୂର୍ବତନ ପ୍ରଧାନମନ୍ତ୍ରୀ

ଲଣ୍ଡନ: ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଡେଭିଡ କାମେରନଙ୍କର ଏକ ଭିଡିଓ ଏବେ ଇଣ୍ଟରନେଟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ କାମରେନ ଶରଣାର୍ଥୀଙ୍କୁ ସହଯୋଗ କରିବା ପାଇଁ ନିଜେ ଟ୍ରକ ଚଳାଇ ପୋଲାଣ୍ଡ ଯାଉଥିବା ଦେଖିବାକୁ ମିଳିଛି । ଶୁକ୍ରବାର ଟ୍ରକ ଚଳାଇ ପୋଲାଣ୍ଡ ଯାଉଥିଲେ କାମରେନ। ସେ ନିଜ ଟ୍ରକରେ ଯିବା ସହ ଲୋକଙ୍କୁ ମାନବିକତାର ସହାୟତା ଦେବେ । ଏହି ସହାୟତା ସେ ରେଡକ୍ରସ ଜରିଆରେ ଦେବେ । ୟୁକ୍ରେନରୁ ଆସିଥିବା ଶରଣାର୍ଥୀ ଯେଉଁମାନେ ପୋଲାଣ୍ଡକୁ ଆଶ୍ରୟ ନେବାକୁ ଆସିଛନ୍ତି। ସେମାନଙ୍କ ପାଇଁ କାମରେନ ଏପରି ସହଯୋଗ କୁରଛନ୍ତି । କାମରେନ ତାଙ୍କ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି।

କାମେରନ୍ ଟ୍ରକ୍ ଚଳାଉଥିବାର ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି | ସେ ଲେଖିଛନ୍ତି, ଏହା ଏକ ଲମ୍ବା ଡ୍ରାଇଭ୍ ହେବାକୁ ଯାଉଛି । ମୁଁ ଆପଣଙ୍କୁ ଅପଡେଟ୍ ଦେଉଥିବି। କାମେରନ୍ ଯେଉଁ ଟ୍ରକରେ ଯାଉଛନ୍ତି ସେଥିରେ ସାନିଟାରୀ ନାପକିନ୍, ଗରମ ପୋଷାକ ଏବଂ ପିଲାମାନଙ୍କ ସହ ଜଡିତ ଅନ୍ୟାନ୍ୟ ଜିନିଷ ରହିଛି।

ଉଲ୍ଲେଖଯୋଗ୍ୟ, ଯେତେବେଳେ ଋଷ ଅବକାଜିଆ ଏବଂ ଦକ୍ଷିଣ ଓସେଟିଆର ଦକ୍ଷିଣ କାଉକଜିଆନ୍ ଅଞ୍ଚଳ ଉପରେ ଆକ୍ରମଣ କରିଥିଲା ​​ସେତେବେଳେ କାମେରନ୍ ବ୍ରିଟେନ ସଂସଦରେ ବିରୋଧୀ ଦଳର ନେତା ଥିଲେ। ସେତେବେଳେ ପାଶ୍ଚାତ୍ୟ ଦେଶଗୁଡ଼ିକ ଋଷ ଉପରେ କୌଣସି ପ୍ରକାରର ଚାପ ପକାଇ ନଥିଲେ କିମ୍ବା ଭ୍ଲାଦିମିର ପୁଟିନ ଏବଂ ତାଙ୍କ ସରକାର ଉପରେ କୌଣସି ପ୍ରତିବନ୍ଧକ ଲଗାଯାଇ ନଥିଲା। ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେବା ବେଳେ କାମେରନ୍ ବୁଧବାର ଏହି ସୂଚନା ଦେଇଛନ୍ତି | କନଜରଭେଟିଭ୍ ପାର୍ଟିର ନେତା ଡେଭିଡ କାମେରନ୍ ୨୦୧୦ ରୁ ୨୦୧୬ ପର୍ଯ୍ୟନ୍ତ ବ୍ରିଟେନର ପ୍ରଧାନମନ୍ତ୍ରୀ ଥିଲେ।

Comments are closed.