Latest Odisha News

BREAKING NEWS

ଖରସ୍ରୋତା ନଦୀରେ ୭ ଜଣ ବୁଡି ଯିବା ଘଟଣା : ମିଳିଲା ଆଉ ଜଣଙ୍କ ମୃତ ଦେହ , ୩ ନିଖୋଜ

ଯାଜପୁର  : ଯାଜପୁର ବନ୍ଧମୁଣ୍ଡା ମଙ୍ଗଳାଘାଟରେ ଖରସ୍ରୋତା ନଦୀରେ ଘଟିଥିବା ଅଘଟଣ ।ଆଉ ଜଣେ ଯୁବକଙ୍କ ମୃତ ଦେହ ଆଜି ସକାଳୁ ଉଦ୍ଧାର । ଓଡ୍ରାଫ୍ ଟିମ୍ ସକାଳୁ ସକାଳୁ ଖୋଜାଖୋଜି କରିବା ପରେ କ୍ରିଷ୍ଣା ଜେନା ନାମକ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରିଛନ୍ତି । ବର୍ତମାନ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି ।ଗତକାଲି ଅପରାହ୍ନରେ ସ୍ଥାନୀୟ ଅଞ୍ଚଳର କେତେଜଣ ଯୁବକ ହୋଲି ଖେଳ ସାରି ଗାଧୋଇବାକୁ ଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣ ନଦୀରେ ବୁଡି ନିଖୋଜ ହୋଇଯାଇଥିଲେ । ଗତ କାଲି ଦୁଇ ଜଣଙ୍କ ମୃତ ଦେହ ଉଦ୍ଧାର ହୋଇଥିବା ବେଳେ ଆଜି ଆଉ ଜଣଙ୍କ ମୃତ ଦେହ ଉଦ୍ଧାର ହୋଇଛି ।ଏବେବି ଆଉ ୩ ଜଣ ଯୁବକ ନିଖୋଜ ଅଛନ୍ତି । ମୋଟ ୬ ଜଣ ଯୁବକ ଗୋଟିଏ ବଂଶର ବୋଲି ଜଣାପଡିଛି ।ସେଥିମଧ୍ୟରୁ ଦୁଇ ଜଣ ଭଣଜା ଓ ୪ ଜଣ ଭାଇ ଅଟନ୍ତି ।ଜଣକ ପରେ ଜଣକ ମୃତ ଦେହ ଉଦ୍ଧାର ହେବା ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.