Latest Odisha News

BREAKING NEWS

ଘଷିପୁରାରେ ପୂର୍ବତନ ସ୍ୱାଧୀନ ପ୍ରାର୍ଥୀଙ୍କୁ ନିର୍ମମ ହତ୍ୟା

ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘାଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀର ପୂର୍ବତନ ସ୍ୱାଧୀନ ପ୍ରାର୍ଥୀ ତଥା ଆନନ୍ଦପୁରର ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ରାମଚନ୍ଦ୍ର ବେହେରାଙ୍କୁ ନିର୍ମମ ହତ୍ୟା କରାଯାଇଛି। ଯାହାକୁ ନେଇ ଉକ୍ତ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି।

ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଧକୋଟା ସ୍ଥିତ ବାସଭବନରୁ ରାମଚନ୍ଦ୍ରଙ୍କୁ ଡାକି ନେଇ ତାଙ୍କ ଉପରେ ଧାରୁଆ ଅସ୍ତ୍ରରେ ହାତ ଓ ଗୋଡ଼କୁ ଆକ୍ରମଣ କରିଥିଲେ। ତାଙ୍କ ଚିତ୍କାର ଶୁଣି ପରିବାର ସଦସ୍ୟ ଘଟଣାସ୍ଥଳରେ ପହଞ୍ଚିବାରୁ ଦୁର୍ବୁତ୍ତ ମାନେ ଉକ୍ତ ସ୍ଥାନରୁ ଚମ୍ପଟ ମାରିଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ ।

ପରେ ତାଙ୍କୁ ମୁର୍ମୁଷ ଅବସ୍ଥାରେ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲାବେଳେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଦୁର୍ଭାଗ୍ୟବଶତଃ ମେଡିକାଲରେ ପହଞ୍ଚିବା ପୂର୍ବରୁ ତାଙ୍କର ଦେହାନ୍ତ ଘଟିଛି ।

ଏହି ଘଟଣା ପରେ ଉତ୍ୟକ୍ତ ଲୋକମାନେ ମଙ୍ଗଳବାର ସକାଳେ ୬୦ନଂ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି, ଯାହା ଫଳରେ ଯାତାୟାତ ଏକପ୍ରକାର ବାଧାପ୍ରାପ୍ତ ହୋଇଛି । ବରିଷ୍ଠ ଜିଲ୍ଲାଧିକାରୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ ।

ଅନ୍ତିମ ରିପୋର୍ଟ ଆସିବା ଯାଏଁ ଆନନ୍ଦପୁର ପୋଲିସ ୪ଜଣଙ୍କୁ ଗିରଫ କରିଛି ।

ତେବେ ମଙ୍ଗଳବାର ଦିନ ରାମଚନ୍ଦ୍ର ନିଜ ସମର୍ଥକଙ୍କ ଗହଣରେ ବିଜେଡିରେ ସାମିଲ ହୋଇଥାନ୍ତେ ବୋଲି ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.