Latest Odisha News

BREAKING NEWS

ନବରଙ୍ଗପୁର ଜେଲରେ ହତ୍ୟା ଅଭିଯୁକ୍ତଙ୍କ ମୃତ୍ୟୁ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଉମରକୋଟ ସବ୍ ଜେଲର ଜଣେ କଏଦୀଙ୍କ ମୃତ୍ୟୁ ଘଟିଛି ।

ମିଳିଥିବା ସୂଚନାନୁଯାୟୀ ଦେବ ମାଝିଙ୍କୁ ସୋମବାର ରାତିରେ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ବେଳେ ମଙ୍ଗଳବାର ସକାଳେ ତାଙ୍କର ମୃତ୍ୟୁ ହୋଇଛି । ତେବେ ଏକ ହତ୍ୟା ମାମଲାରେ ଦେବ ମାଝିକୁ ପ୍ରାୟ ୪ ମାସ ହେବ ଉମରକୋଟ ସବ୍ ଜେଲକୁ ପଠାଯାଇଥିଲା ।

ଅପରପକ୍ଷରେ ଚିକିତ୍ସାରେ ଅବହେଳା କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ନେଇ ପରିବାର ସଦସ୍ୟ ଆରୋପ ଲଗାଇଛନ୍ତି ।

ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.