Latest Odisha News

BREAKING NEWS

ଜାତୀୟ ହକି ଖେଳାଳି ଏବେ ଫୁଟପାଥରେ !

ଭୁବନେଶ୍ୱର: ଭାରତ ପକ୍ଷରୁ ଅନ୍ତର୍ଜାତୀୟ ହକି ଖେଳି ସାରିଥିବା ଅମରଜିତ ସିଂ ଏବେ ରାସ୍ତା କଡରେ ଜୀବନ କାଟୁଛନ୍ତି । ଆର୍ଥୀକ ଅନାଟନ ଓ ଦୁର୍ଭାଗ୍ୟ ଯୋଗୁ ସେ ବାଧ୍ୟ ହୋଇ ଏହି ଯନ୍ତ୍ରଣାଦାୟକ ଜୀବନର କଷ୍ଟକୁ ପିଇ ଚାଲିଛନ୍ତି ।

ଜାତୀୟ ଜୁନିୟର ଟିମର ଏହି ସଦସ୍ୟଙ୍କ ସମ୍ପର୍କରେ ଜଣେ କିଏ ସୋସିଆଲ ନେଟୱର୍କିଂ ସାଇଟରେ ଶେୟାର କରିବା ପରେ ସୁପରଷ୍ଟାର ଅମିତାଭ ବଚ୍ଚନ ଓ କ୍ରୀଡା ମନ୍ତ୍ରୀ କିରଣ ରିଜକୁ ସାହାଯ୍ୟର ହାତ ବଢ଼ାଇଛନ୍ତି ।

ଜଣେ ହକି ଖେଳାଳି ଏବଂ ଆଥଲେଟକ୍ସ ଭାବେ ତାଙ୍କ ପ୍ରଦର୍ଶନ ପ୍ରଶଂସନୀୟ ରହିଥିଲା । ଲଣ୍ଡନ ଓ ଜର୍ମାନୀରେ ମଧ୍ୟ ଏହି ଖେଳାଳିଜଣକ ତାଙ୍କ ସମୟ କାଟିଛନ୍ତି ।

ଶୀତ ଦିନେ ଦିଲ୍ଲୀର ପାହଡଗଞ୍ଜ ଅଂଚଳରେ ଜୀବନ କାଟୁଥିବା ଏହି ଖେଳାଳିଙ୍କ ଭାଗ୍ୟରେ ପରିବର୍ତନ ଆସିବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.