Latest Odisha News

BREAKING NEWS

୪ ମାସ ହେଲା ଜଳୁଛି ଜଙ୍ଗଲ: ପ୍ରାଣ ହରାଇଲେଣି ୫୦କୋଟି ନିରୀହ ଜୀବଜନ୍ତୁ !

ସିଡ଼ନୀ: ଅଷ୍ଟ୍ରେଲିଆରେ ତାଣ୍ଡବ ରଚୁଛି ପ୍ରକୃତି । ବାତ୍ୟା କି ସୁନାମୀ ନୁହେଁ ବରଂ ଭୟଙ୍କର ନିଆଁରେ ଜଳୁଛି ଅଷ୍ଟ୍ରେଲିଆ ଜଙ୍ଗଲ।ଗତ ସେପ୍ଟେମ୍ବରରୁ ଲାଗିଥିବା ଏହି ନିଆଁ ଅଷ୍ଟ୍ରେଲିଆବାସୀଙ୍କ ସମେତ ଏଠାକାର ଜୀବଜନ୍ତୁଙ୍କୁ ଜୀବନକୁ ଖୁବ୍ ପ୍ରଭାବିତ କରିଛି ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ୪ ମାସ ସମୟ ବିତିଯାଇଥିଲେ ବି ଅଷ୍ଟ୍ରେଲିଆ ଜଙ୍ଗଲରେ ଲାଗିଥିବା ନିଆଁ ବନ୍ଦ ହେବାର ନାଁ ଧରୁନି । ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ନିଆଁ ପ୍ରକୋପରେ ପାଖାପାଖି ୫୦ କୋଟି ଜୀବଜନ୍ତୁ ପ୍ରାଣ ହରାଇଲେଣି ।

ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ନିଆଁ ଲାଗିବାର କାରଣ ପବନ ଏବଂ ବିଷାକ୍ତ ଧୂଆଁ ବୋଲି ଜଣାପଡିଛି । ନିଆଁ କାରଣରୁ ବାୟୁମଣ୍ଡଳ ବି ଧୂଆଁମୟ ହୋଇ ରହୁଛି । ଯେଉଁଥିପାଇଁ ଶ୍ୱାସ ନେବା ମଧ୍ୟ କଠିନ ହୋଇପଡିଲାଣି ।

ନିଆଁ ଯୋଗୁଁ ଅନେକ ଅଞ୍ଚଳରେ ତାପମାତ୍ରା ୪୫ ଡିଗ୍ରୀ ବଢିଯାଇଛି ।

ସରକାରଙ୍କ ପକ୍ଷରୁ ଅନେକ ଅଞ୍ଚଳରେ ଏମରଜେନ୍ସି ଘୋଷଣା କରାଯାଇଛି । ଅଷ୍ଟ୍ରେଲିଆର ଭିକ୍ଟୋରିୟା ଏବଂ ନୂଆ ଦକ୍ଷିଣ ୱେଲ୍ସର ତଟବର୍ତ୍ତୀ ଅଞ୍ଚଳରେ ଏହି ନିଆଁ ଅଧିକ ପ୍ରସାରିତ ହେଉଛି । ଗରମ ପବନ କାରଣରୁ ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ମଧ୍ୟ ନିଆଁ ଲିଭାଇବାରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ରିପୋର୍ଟରେ ପ୍ରକାଶ । ଏହି ନିଆଁର ପ୍ରକୋପରେ ପାଖାପାଖି ୨୦୦ ରୁ ଅଧିକ ଘର ନଷ୍ଟ ହୋଇଛି ।

ଜାନୁଆରୀରେ ୧୩ ରେ ୪ ଦିନିଆ ଭାରତ ଗସ୍ତରେ ଆସିବାକୁ ଥିବା ଅଷ୍ଟ୍ରେଲିଆ ପ୍ରଧାନ ମନ୍ତ୍ରୀ ସ୍କାଟ ମରିସନ୍ ନିଜ ଭାରତ ଯାତ୍ରାକୁ ରୋକିଛନ୍ତି । ଏହି ଭୟାବହ ଅଗ୍ନିକାଣ୍ଡ ତାଙ୍କୁ ବିଚଳିତ କରିଛି ଯେଉଁଥିପାଇଁ ସେ ଭାରତ ଗସ୍ତକୁ ରଦ୍ଦ କରିଥିବା ସୂଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.