Latest Odisha News

BREAKING NEWS

ମୁକ୍ତ ହେଲେ ପିଡିପି ମୁଖ୍ୟ ତଥା ଜମ୍ମୁ ଓ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତି

ଶ୍ରୀନଗର : ଗତ ବର୍ଷ ଅଗଷ୍ଟ ମାସରେ ଜମ୍ମୁ ଓ କଶ୍ମୀର ଉପରୁ ଧାରା ୩୭୦ ଉଠିବା ପରଠାରୁ ନଜରବନ୍ଦୀ ଥିବା ପିଡିପି ମୁଖ୍ୟ ତଥା ଜମ୍ମୁ ଓ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତିଙ୍କୁ ଆଜି ମୁକ୍ତ କରାଯାଇଛି । ସେହିପରି ଜମ୍ମୁ ଓ କଶ୍ମୀର ପ୍ରଶାସନର ମୁଖପାତ୍ର ରୋହିତ କନସଲ ମଧ୍ୟ ଏ ସମ୍ପର୍କରେ ଘୋଷଣା କରିଛନ୍ତି । ଏ ସମ୍ପର୍କରେ ମୁଫତିଙ୍କ ଟ୍ବିଟରରେ ସୂଚନା ଦିଆଯାଇଛି ।

ମୁଫତିଙ୍କୁ ଅଟକ ରଖିବାକୁ ନେଇ ଗତ ମାସରେ ସୁପ୍ରିମକୋର୍ଟ ଭାରତ ସରକାରଙ୍କ ଉପରେ ଅସନ୍ତୋଷ ପ୍ରକଟ କରିଥିଲେ । ଭାରତ ସରକାର ଗତ ୨୦୧୯ ଅଗଷ୍ଟ ୫ରେ ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାର କରିବା ସହ ରାଜ୍ୟକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀର ଏବଂ ଲଦାଖରେ ବିଭକ୍ତ କରିଥିଲେ ।

Leave A Reply

Your email address will not be published.