Latest Odisha News

BREAKING NEWS

ଲିବ୍ୟାର ପୂର୍ବତନ ପ୍ରଧାନମନ୍ତ୍ରୀ ଜିବ୍ରିଲ କରୋନା ଭାଇରାସ ସଂକ୍ରମଣରେ ମୃତ୍ୟୁ

କାଇରୋ: ଲିବ୍ୟାର ପୂର୍ବତନ ପ୍ରଧାନମନ୍ତ୍ରୀ ମହମ୍ମଦ ଜିବ୍ରିଲ କରୋନା ଭାଇରାସରେ ସଂକ୍ରମିତ ହୋଇ ମୃତ୍ୟୁବରଣ କରିଛନ୍ତି । ମୃତ୍ୟୁବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା । ବିବାଦୀୟ ଶାସକ ମୁଆମର ଗଦ୍ଦାଫିଙ୍କୁ ହଟାଇ ସେ ୨୦୧୧ରେ ପ୍ରଧାନମନ୍ତ୍ରୀ ହୋଇଥିଲେ । ସେ କୋଭିଡ-୧୯ରେ ସଂକ୍ରମିତ ହୋଇଥିବା ଜଣାପଡିବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିଲା ।

ରବିବାର ବିଳମ୍ବିତ ରାତିରେ ତାଙ୍କ ମୃତ୍ୟୁ ଘଟିଥିଲା । ୨୦୧୨ରେ ଗଠିତ ନ୍ୟାସନାଲ ଫୋର୍ସେସ ଆଲିଆନ୍ସର ମୁଖ୍ୟ ଥିଲେ । ତାଙ୍କ ମୃତ୍ୟୁ ଖବର ଗଣମାଧ୍ୟମରେ ସେକ୍ରେଟେରୀ ଖଲିଦ ଅଲ ମ୍ରିଆମି ଜଣାଇଥିଲେ ।

Leave A Reply

Your email address will not be published.