Latest Odisha News

BREAKING NEWS

ବିଜେପିରେ ଯୋଗଦେଲେ ନାବାର୍ଡର ପୂର୍ବତନ ସିଜିଏମ୍

ଭୁବନେଶ୍ୱର : ନାବାର୍ଡର ପୂର୍ବତନ ସିଜିଏମ୍ କେସି ପାଣିଗ୍ରାହୀ ଆଜି ଭାରତୀୟଜନତା ପାର୍ଟି (ବିଜେପି)ର ପାର୍ଟି କାର୍ଯ୍ୟାଳୟରେ ବିଧିବିଦ୍ଧ ଭାବେ ଯୋଗ ଦେଇଛନ୍ତି ।

ସେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଏବଂ ବିଜେପିର ବରିଷ୍ଠ ନେତା ଦାମୋଦର ରାଉତଙ୍କ ଉପସ୍ଥିତିରେ ଗେରୁଆ ଦଳରେ ସାମିଲ ହୋଇଛନ୍ତି ।

ଉଲ୍ଲେଖଯୋଗ୍ୟ ଶ୍ରୀଯୁକ୍ତ ପାଣିଗ୍ରାହୀ ପ୍ରାୟ ୬ମାସ ପୂର୍ବରୁ ନାବାର୍ଡର ଚିଫ୍ ଜେନେରାଲ ମ୍ୟାନେଜର (ସିଜିଏମ୍) ପଦରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ ।

ଆହୁରି ମଧ୍ୟ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀଯୁକ୍ତ ପାଣିଗ୍ରାହୀ କହିଛନ୍ତି, ନାବାର୍ଡର ୩୫ ବର୍ଷର ଅଭିଜ୍ଞତାକୁ ରାଜ୍ୟରେ ଥିବା ଗ୍ରାମୀଣ ଗରିବମାନଙ୍କ ସେବାରେ ଉପଯୋଗ କରିବି ।

Leave A Reply

Your email address will not be published.