Latest Odisha News

BREAKING NEWS

ଜାଣନ୍ତୁ, କେଉଁ କାରଣ ଲାଗି ଅବିବାହିତ ରହିଗଲେ ମାୟାବତୀ…

ନୂଆଦିଲ୍ଲୀ : ସମାଜର ଲୋକମାମାନଙ୍କ ସେବା କରିବା ପାଇଁ ଚାହୁଁଥିବାରୁ ମୁଁ ଆଜୀବନ ଏକୁଟିଆ ରହିବା ପାଇଁ ନିଷ୍ପତ୍ତି ନେଇଥିଲି ବୋଲି ବହୁଜନ ସମାଜବାଦୀ ପାର୍ଟି (ବିଏସପି) ସୁପ୍ରିମୋ ମାୟାବତୀ ପ୍ରକାଶ କରିଛନ୍ତି ।

ସୁପ୍ରିମକୋର୍ଟରେ ଦାଖଲ କରିଥିବା ସତ୍ୟ ପାଠ ପତ୍ରରେ ଏକ ପିଟିସନର ଜବାବ ଦେବାକୁ ଯାଇ ଉତ୍ତରପ୍ରଦେଶରେ ନିଜ ମୂର୍ତ୍ତି ନିର୍ମାଣରେ ଖର୍ଚ୍ଚ ହୋଇଥିବା ଅର୍ଥରାଶିକୁ ମାୟାବତୀ ଫେରସ୍ତ କରିବେ ବୋଲି କହିଛନ୍ତି । ଏଥିସହିତ ସେ ନିଜ ଜୀବନକୁ ଦଳିତମାନଙ୍କ ଉତଥାନ୍ ଲାଗି ସମର୍ପଣ କରିଦେଇଛନ୍ତି । ଯାହା ଫଳରେ ସେ ଅବିବାହିତ ରହିବା ଲାଗି ନିଷ୍ପତ୍ତି ନେଇଥିଲେ ।

ଏହିସବୁ ପ୍ରତିମୂର୍ତ୍ତି ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିବା ବାବଦରେ ପୂର୍ବତନ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ କହିଛନ୍ତି “ସର୍ବସାଧାରଣଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ମୂର୍ତ୍ତି ନିର୍ମାଣ ନିମନ୍ତେ ରାଜ୍ୟ ବିଧାନସଭାରେ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା । ଏହି ଅନୁନ୍ନତ ଅବସ୍ଥାରେ ରହିଥିବା ଦଳିତ ମାନଙ୍କ ବିକାଶ ନିମନ୍ତେ ସେ ଏହିପ୍ରକାର ନିଷ୍ପତ୍ତି ଗ୍ରହଣ କରିଥିଲେ ।

ସେ ତାଙ୍କ ସତ୍ୟ ପାଠରେ ଉଲ୍ଲେଖ କରିଛନ୍ତି, ରାଜ୍ୟ ବିଧାନସୌଧରେ ଥିବା କାଂସି ରାମଙ୍କ ପ୍ରତିମୂର୍ତ୍ତି କୁ ରଖିବା ଲାଗି ବିଧାନସଭାର ନିଷ୍ପତ୍ତି ବିରୋଧରେ ସେ ଯାଇନଥିଲେ । ଯେଉଁକଥାକୁ ନେଇ ସମଗ୍ର ଦେଶରେ ତାଙ୍କୁ ସମାଲୋଚିତ ହେବାକୁ ପଡିଥିଲା ।

ଏସମ୍ପର୍କରେ ଉଚ୍ଚ ନ୍ୟାୟାଳୟ ପକ୍ଷରୁ ମାମଲାର ଶୁଣାଣୀ କରି ଜନସାଧାରଣଙ୍କ ଅର୍ଥକୁ ଫେରସ୍ତ କରିବା ଲାଗି ତାଙ୍କୁ ନୋଟିସ୍ ଜାରି କରାଯାଇଛି । ଏହି ମୂର୍ତ୍ତି ଗୁଡିକୁ ଲକ୍ଷେ୍ନø ଓ ନୋଏଡାର ବିଭିନ୍ନ ସ୍ଥାନରେ ସ୍ଥାପନ ନିମନ୍ତେ ନିର୍ମାଣ କରାଯାଉଥିଲା ।

ମାୟାବତୀ ୨୦୧୯ ଲୋକସଭା ନିର୍ବାଚନ ଲଢିବେ ନାହିଁ ବୋଲି ମାର୍ଚ୍ଚ ୨୦ ତାରିଖରେ କହିଥିଲେ ।

ସାମ୍ପ୍ରତିକ ରାଜନୈତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ନିର୍ବାଚନ ଲଢିବେ ନାହିଁ ବୋଲି ସେ ଘୋଷଣା କରିଥିଲେ ।

Leave A Reply

Your email address will not be published.