Latest Odisha News

BREAKING NEWS

ସ୍ୱାମୀ-ସ୍ତ୍ରୀଙ୍କ ପ୍ରେମ ସମ୍ପର୍କକୁ ଆହୁରି ନିବିଡ଼ କରିବେ କିପରି?

ଓଡିଶା ସମ୍ବାଦ ବ୍ୟୁରୋ: ସ୍ୱାମୀ-ସ୍ତ୍ରୀ ପ୍ରେମ ଶ୍ୱାସତ ସୁନ୍ଦର ଓ ସେମାନଙ୍କ ପ୍ରେମ ଚିରସ୍ଥାୟୀ। ପ୍ରେମ ହେଉଛି ଏକ ସମ୍ପର୍କ ଯେଉଁଠାରେ ପରସ୍ପର ଯେତେ ସମୟ ବିତାଇଲେ ମଧ୍ୟ ତାହା କମ ପଡିଯାଏ। ଅନ୍ୟପକ୍ଷରେ ଯେତେବେଳେ ଏକ ସମ୍ପର୍କ ମଜବୁତ ହୁଏ ସେତେବେଳେ ଜୀବନରେ ଅନେକ ଆନନ୍ଦ ମିଳେ। ଯେମିତି ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କ। କିନ୍ତୁ ଆଜିକାଲି ସମସ୍ତେ ନିଜ ନିଜ କର୍ମକ୍ଷେତ୍ରେରେ ବ୍ୟସ୍ତ ରୁହନ୍ତି ଏବଂ ଉଭୟ ଉଭୟଙ୍କୁ ସମୟ ଦେଇ ପାରୁନାହାଁନ୍ତି। ଯେଉଁଥିପାଇଁ ସ୍ୱାମୀ-ସ୍ତ୍ରୀ ସମ୍ପର୍କରେ ଫାଟ ସୃଷ୍ଟି ହୁଏ ଏବଂ ଦୂରତା ବଢିଯାଏ। ତେବେ ଆଜି ଆମେ ଆପଣଙ୍କୁ ଏପରି କିଛି ଟିପ୍ସ କହିବୁ ଯାହାକୁ ଆପଣେଇଲେ ଆପଣଙ୍କ ସମ୍ପର୍କରେ ହଜିଯାଇଥିବା ପ୍ରେମକୁ ଫେରାଇ ଆଣିପାରେ। ଏହା କଣ ଆସନ୍ତୁ ଜାଣିବା…

ବିନା ଦ୍ୱିଧାରେ ପରସ୍ପର ସହିତ କଥାବାର୍ତ୍ତା କରନ୍ତୁ…

ସମ୍ପର୍କ ସେତେବେଳେ ମଜବୁତ ହେବ ଯେତେବେଳେ ମଣିଷ ପରସ୍ପର ସହିତ ଖୋଲାଖୋଲି ଭାବେ କଥାବାର୍ତ୍ତା ହେବେ ଏବଂ ଆଲୋଚନା କରିବେ। ବିଶେଷକରି ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କରେ ପରସ୍ପର କୌଣସି କଥା ସେୟାର କରନ୍ତି ନାହିଁ। ଫଳରେ ଉଭୟଙ୍କ ମଧ୍ୟରେ ଦୂରତା ବଢିଯାଏ। ତେଣୁ ପରସ୍ପର ସହିତ ଖୋଲାଖୋଲି ଭାବେ ଆପଣଙ୍କର ସମସ୍ୟା ବିଷୟରେ କଥାବାର୍ତ୍ତା କରନ୍ତୁ। ଏହା କରିବା ଦ୍ୱାରା ସାମ୍ନାରେ ଥିବା ବ୍ୟକ୍ତି ଆପଣଙ୍କୁ ଭଲ ଅନୁଭବ କରିବେ ଏବଂ ଆପଣଙ୍କର ସମ୍ପର୍କ ଦୃଢ଼ ହେବ।

ଏକାଠି ବସି ଭୋଜନ କରନ୍ତୁ…

ଅଧିକାଂଶ ଲୋକ କୁହନ୍ତି ଯେ ଅଇଁଠା ଖାଇବା ଦ୍ୱାରା ପ୍ରେମ ବଢେ। ଆମେ ଏଠାରେ ଅଇଁଠା ଖାଇବାକୁ କହୁନାହୁଁ ବରଂ ଉଭୟ ଏକାଠି ବସି ଖାଦ୍ୟ ଖାଇପାରିବେ। ଏକାଠି ଖାଦ୍ୟ ଖାଇବା ଦ୍ୱାରା ପ୍ରେମ ନିଶ୍ଚିତ ଭାବରେ ବଢିବ। ବହୁତ ଦିନ ପରେ ଯେତେବେଳେ ଉଭୟ ବନ୍ଧୁଙ୍କ ଭଳି ଏକାଠି ଖାଇବା ଆରମ୍ଭ କରିବେ ସେତେବେଳେ ଉଭୟଙ୍କ ମନ ଶାନ୍ତ ହୋଇଯିବ ଏବଂ ମନରେ ଯେତେ କଥା ଥିଲେ ମଧ୍ୟ ତାହା ଆପେ ବାହାରି ଆସିବ। ଯଦି ଆପଣ ସମ୍ପର୍କକୁ ମଜବୁତ କରିବାକୁ ଚାହାଁନ୍ତି, ତେବେ ନିଶ୍ଚିତ ଭାବରେ ଏକତ୍ର ଖାଦ୍ୟ ଖାଆନ୍ତୁ। ଏପରି କଲେ ଆପଣ ପରସ୍ପର ସହ ସମୟ ବିତାଇବାକୁ ମଧ୍ୟ ସୁଯୋଗ ପାଇବେ।

ସମ୍ମାନ ଦେବା ଶିଖନ୍ତୁ…

ଯେକୌଣସି ସମ୍ପର୍କକୁ ମଜବୁତ ରଖିବା ପାଇଁ ସମ୍ମାନର ଭାବନା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ତେଣୁ ଉଭୟ ଉଭୟଙ୍କୁ ସମ୍ମାନ ଦିଅନ୍ତୁ। ଏପରି ନକଲେ ସାମ୍ନା ବ୍ୟକ୍ତିଙ୍କୁ କଷ୍ଟ ଲାଗିବ ଏବଂ ଏହାଦ୍ୱାରା ପ୍ରେମ ସମ୍ପର୍କରେ ଦୂରତା ବଢିଯିବ। ତେଣୁ ପରସ୍ପରକୁ ସମ୍ମାନ ଦେବା ଉଚିତ୍।

Leave A Reply

Your email address will not be published.