Latest Odisha News

BREAKING NEWS

ପୂର୍ବତନ ଓଡିଶା ସାଂସଦଙ୍କ ପରଲୋକ

ଭୁବନେଶ୍ୱର: ସୁନ୍ଦରଗଡର ପୂର୍ବତନ ସାଂସଦ ତଥା କଂଗ୍ରେସ ନେତା ମୋରିସ୍ କୁଜୁରଙ୍କର ରବିବାର ଦିନ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ହୋଇଛି ।

ମୃତ୍ୟୁବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା ।

ସେ ୧୯୮୪ ମସିହାରେ କଂଗ୍ରେସ ଟିକେଟରେ ସୁନ୍ଦରଗଡ ଲୋକସଭା ଆସନରୁ ନିର୍ବାଚିତ ହୋଇଥିଲେ ।

ଆହୁରି ମଧ୍ୟ ସ୍ୱର୍ଗତଃ କୁଜୁର ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ହୋଇଥିବା ବେଳେ ସେ ଜଣେ ଶିକ୍ଷକ ଓ କୃଷକ ଭାବେ ମଧ୍ୟ ପରିଚିତ ଥିଲେ ।

Leave A Reply

Your email address will not be published.