Latest Odisha News

BREAKING NEWS

୨ ଆତଙ୍କବାଦୀଙ୍କ ସହ ଗିରଫ ହେଲେ ଜଣେ ପୋଲିସ କର୍ମୀ

ଶ୍ରୀନଗର: ଜାମ୍ମୁ-କାଶ୍ମୀର କୁଲଗାମ୍ ଜିଲ୍ଲାରୁ ଶନିବାର ୨ ଜଣ ହିଜବୁଲ୍ ମୁଜାହିଦ୍ଦିନ ଆତଙ୍କବାଦୀଙ୍କ ସମେତ ଜଣେ ଡିଏସପିଙ୍କୁ ଗିରଫ କରାଯାଇଛି ।

ଗିରଫ ଡିଏସପି ଜଣକ ଦବିନ୍ଦର ସିଂହ ହୋଇଥିବା ବେଳେ ଆତଙ୍କବାଦୀମାନେ ହେଲେ ନବୀନ ବାବୁ ଓ ଅସିଫ୍ ରାଥର ।

ଏନେଇ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।

ପ୍ରାପ୍ତ ସୂଚନାନୁଯାୟୀ ଶ୍ରୀନଗର-ଜମ୍ମୁ ରାଜପଥରେ ଏକ କାରରେ ୨ ଜଣ ଆତଙ୍କବାଦୀଙ୍କ ସହ ଡିଏସପି ଯାଉଥିବାବେଳେ ଦକ୍ଷିଣ କାଶ୍ମୀର ଡିଆଇଜି ଅତୁଲ ଗୋଏଲଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍ ସେମାନଙ୍କୁ ଗିରଫ କରିଥିଲେ । ଏହାବ୍ୟତିତ କାର୍ ମଧ୍ୟରୁ ଦୁଇଟି ଏକେ-୪୭ ରାଇଫଲ୍ ସହ ଆଉ କିଛି ଗ୍ରେନେଡ୍ ଜବତ ହୋଇଥିବା ଜଣାପଡିଛି ।

ତେବେ ଏନେଇ ପୋଲିସ ପକ୍ଷରୁ ଅଧିକ ସୂଚନା ମିଳିପାରିନଥିବା ବେଳେ ଗିରଫ ଡିଏସପି ଜଣକ ଗତବର୍ଷ ରାଷ୍ଟ୍ରପତି ମେଡାଲ୍ ମଧ୍ୟ ପାଇଥିଲେ । ବର୍ତ୍ତମାନ ସମୟରେ ସେ ଶ୍ରୀନଗର ଆନ୍ତର୍ଜାତୀୟ ବିମାନବନ୍ଦରରେ ନିଯୁକ୍ତ ରହିଥିଲେ ।

Leave A Reply

Your email address will not be published.