Latest Odisha News

BREAKING NEWS

ପୂର୍ବତନ ପ୍ରଧାନମନ୍ତ୍ରୀ ଦେବେଗୌଡ଼ା କରୋନା ସଂକ୍ରମିତ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନାମନ୍ତ୍ରୀ ତଥା ଜିଡିଏସ୍ ମୁଖ୍ୟ ଏଚ୍. ଡି. ଦେବେଗୌଡ଼ା କରୋନା ସଂକ୍ରମିତ ହୋଇଛନ୍ତି । ତାଙ୍କର କୋଭିଡ୍ ରିପୋର୍ଟ ଆସିଛି ପଜିଟିଭ୍ । ଏନେଇ ଦେବେଗୌଡାଙ୍କ କାର୍ୟ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛ । ଦେବେଗୌଡ଼ାଙ୍କ ପାଖରେ କରୋନାର କୌଣସି ଲକ୍ଷଣ ନାହିଁ ।

ଦେବେଗୌଡାଙ୍କର ଏବେ ସ୍ୱାସ୍ଥ୍ୟାବସ୍ଥା ବି ସ୍ଥିର ରହିଛି । ସଂକ୍ରମିତ ଚିହ୍ନଟ ପରେ ସେ ସଂଗରୋଧରେ ଅଛନ୍ତି । ଗତବର୍ଷ ମାର୍ଚ୍ଚ ମାସରେ ବି ଦେବେଗୌଡ଼ା କରୋନା ସଂକ୍ରମିତ ହୋଇଥିଲେ । ସେ ଓ ତାଙ୍କ ପତ୍ନୀ ଚେନ୍ନାମା କରୋନା ସଂକ୍ରମିତ ହୋଇଥିଲେ ।

Comments are closed, but trackbacks and pingbacks are open.