Latest Odisha News

BREAKING NEWS

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍‌ସରେ ଚିକିତ୍ସିତ ହେଉଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି ଏବଂ ସେ ସୁସ୍ଥ ଅଛନ୍ତି ବୋଲି ଶୁକ୍ରବାର ଦିନ ଡାକ୍ତରଖାନାର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ୮୯ ବର୍ଷୀୟ ପୂର୍ବତନ ପ୍ରଧାନମନ୍ତ୍ରୀ ଦୁର୍ବଳତା, ଜ୍ୱର ଏବଂ ଅସହଜ ଅନୁଭବ କରିବା ପରେ ବୁଧବାର ସନ୍ଧ୍ୟାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲ।

ସେ ହସ୍ପିଟାଲର କାର୍ଡିଓ-ନ୍ୟୁରୋ ସେଣ୍ଟରର ଏକ ଘରୋଇ ୱାର୍ଡରେ ଚିକିତ୍ସିତ ହେଉଛନ୍ତି ଏବଂ ହୃଦ୍‌ରୋଗ ବିଭାଗର ପ୍ରଫେସର ଡା. ନୀତିଶ ନାୟକଙ୍କ ନେତୃତ୍ୱରେ ଏକ ବିଶେଷଜ୍ଞ ଦଳ ତାଙ୍କର ଯତ୍ନ ନେଉଛନ୍ତି। ଡା. ନାୟକ ମଧ୍ୟ ବର୍ଷ ବର୍ଷ ଧରି ସିଂଙ୍କ ବ୍ୟକ୍ତିଗତ ଚିକିତ୍ସକ ରହିଆସିଛନ୍ତି।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦିନ ଡାକ୍ତରଖାନା ପରିଦର୍ଶନ କରି ମନମୋହନ ସିଂଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଥିଲେ। ସେ ଡାକ୍ତରଖାନାରେ ପ୍ରାୟ ଏକ ଘଣ୍ଟା ବିତାଇଥିଲେ ବୋଲି ପିଟିଆଇ ପକ୍ଷରୁ କୁହାଯାଇଛି। ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ରାହୁଲ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପତ୍ନୀ ଗୁରୁଶରଣ କୌରଙ୍କୁ ମଧ୍ୟ ଭେଟିଥିଲେ।

Leave A Reply

Your email address will not be published.