Latest Odisha News

ମାଆଙ୍କ ଦଶମୀ ପୂଜାରେ ସିନ୍ଦୂର ଖେଳ

ଭଦ୍ରକ : ମାଆଙ୍କ ଦଶମୀ ପୂଜା ସହିତ ସିନ୍ଦୂର ଖେଳ ହୋଇଛି। ମାଆଙ୍କ ବିଦାୟ ପୂର୍ବରୁ ମହିଳା ମାନେ ପରସ୍ପରକୁ ସିନ୍ଦୂର ଲଗାଇ ଦୁର୍ଗାଙ୍କୁ ଆବାହନ କରିଥାନ୍ତି । ମଣ୍ଡପରେ ମା’ ଦୁର୍ଗାଙ୍କ ଦଶମୀ ପୂଜା ଅନୁଷ୍ଠିତ ହେଉଛି । ପରେ ମା’ଙ୍କର ବିସର୍ଜନ ହେବ । ତେବେ ଅନେକ ମଣ୍ଡପରେ ପୂଜା ଅନୁଷ୍ଠିତ ହେଉଥିବା ବେଳେ ଶ୍ରଦ୍ଧାଳୁଙ୍କ ପାଇଁ କଟକଣା ଯୋଗୁଁ ଏଥର ପୂଜା ନିରାଡ଼ମ୍ବର ଭାବେ ପାଳିତ ହେଉଛି ।

ଭଦ୍ରକର ଚରମ୍ପା ଅଞ୍ଚଳରେ ମଧ୍ୟ ମା’ ଦୁର୍ଗାଙ୍କ ପୂଜା ହେଉଛି । ଶ୍ରଦ୍ଧାଳୁ ମାନେ ମଣ୍ଡପ ବାହାରୁ ଦର୍ଶନ କରିଛନ୍ତି । ତେବେ କରୋନା ନିୟମ ଅନୁଯାୟୀ ମାସ୍କ  ପିନ୍ଧି ଶ୍ରଦ୍ଧାଳୁମାନେ ମଣ୍ଡପ ବାହାରେ ଦୀପ ଦାନ କରି ଦର୍ଶନ କରୁଛନ୍ତି । ମଣ୍ଡପ ଗୁଡିକରେ କରୋନା କଟକଣାକୁ ସମ୍ମାନ ଦେଉଛନ୍ତି । ମଣ୍ଡପଗୁଡିକରେ ପୋଲିସ ମୁତୟନ ହୋଇଛନ୍ତି ।

ମା’ ଦୁର୍ଗାଙ୍କ ବିଦାୟ ପୂର୍ବରୁ ପରମ୍ପରା ଭାବେ ଆୟୋଜିତ ହେଉଛି ସିନ୍ଦୁର ଖେଳ । ଏହି ସିନ୍ଦୁର ଖେଳ ଚରମ୍ପା ଅଂଚଳରେ ଆୟୋଜିତ ହୋଇଛି । ସ୍ଥାନୀୟ ମହିଳାମାନେ ପରସ୍ପରକୁ ସିନ୍ଦୁର ଲଗାଇଛନ୍ତି ।

Leave A Reply

Your email address will not be published.