Latest Odisha News

BREAKING NEWS

ଦିନ ଦିପହରରେ ବିଚ୍ ରାସ୍ତା ଉପରେ ଗୁଳିକାଣ୍ଡ, ଜଣେ ଗୁରୁତର

ଖୋର୍ଦ୍ଧା : ଦିନ ଦିପହରରେ ବିଚ୍ ରାସ୍ତା ଉପରେ ଗୁଳିକାଣ୍ଡ । ଖୋର୍ଦ୍ଧା ବେଗୁନିଆ ଅଞ୍ଚଳରେ ଏହି ଗୁଳିକାଣ୍ଡ ଘଟିଛି ଗୁଳିମାଡରେ ବିଭୂତି ଭୂଷଣ ଜେନା ନାମକ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଛି । ତାଙ୍କର ପେଟରେ ଏକ ରାଉଣ୍ଡ ଗୁଳି ବାଜିଛି । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବର AIIMS ପଠାଇ ଦିଆଯାଇଛି ।

ତେବେ ପାରିବାରିକ ଗଣ୍ଡଗୋଳ ଏବଂ ଟଙ୍କା ଧାର ଦିଆନିଆ ଯୋଗୁଁ ଗୁଳିମାଡ଼ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଗୁଳିମାଡ଼ କରିଥିବା ବ୍ୟକ୍ତି ପ୍ରସନ୍ନ ନାୟକ ଜଣେ ପୂର୍ବତନ ସାମରିକ କର୍ମଚାରୀ । ସେ ଫେରାର ଅଛନ୍ତି । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.