Latest Odisha News

BREAKING NEWS

ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ୫ ଲକ୍ଷ ଟଙ୍କାର ମାଗଣା ସ୍ୱାସ୍ଥ୍ୟ ସୁରକ୍ଷା ସହାୟତା ପାଇବେ ରାଜ୍ୟର ସାଢେ ୩ କୋଟି ଲୋକ

ଭୁବନେଶ୍ୱର : ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ବଡ଼ ଘୋଷଣା କରିଛନ୍ତି । ଆଗାମୀ ଅଗଷ୍ଟ ୧୫ ତାରିଖରୁ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ କାର୍ଯ୍ୟକାରୀ ହେବ । ଏହି ସ୍ୱାସ୍ଥ୍ୟ ଯୋଜନା ଅନୁସାରେ ରାଜ୍ୟର ୭୦ ଲକ୍ଷରୁ ଅଧିକ ପରିବାର ଅର୍ଥାତ୍ ଏହି ଯୋଜନାରେ ରାଜ୍ୟର ସାଢେ ୩ ଲକ୍ଷରୁ ଅଧିକ ଲୋକ ୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ପାଇପାରିବେ ।

ବିନା ମୂଲ୍ୟର ଏହି ସ୍ୱାସ୍ଥ୍ୟ ଚିକିତ୍ସା ସମସ୍ତ ସରକାରୀ ଡ଼ାକ୍ତରଖାନାରେ ଆସନ୍ତା ଅଗଷ୍ଟ ୧୫ ତାରିଖରୁ ଉପଲବ୍ଧ ହୋଇପାରିବ । ଏହି ଯୋଜନାନୁସାରେ ରୋଗୀଙ୍କ ଯାତାୟାତ ଖର୍ଚ୍ଚ ୫୦୦ ଟଙ୍କା ପର୍ଯ୍ୟନ୍ତ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ବହନ କରିବ । ଡ଼ାକ୍ତରଖାନାକୁ ନବଜାତ ଶିଶୁ, ପ୍ରସୂତୀ ରୋଗୀ କିମ୍ବା ଅସୁସ୍ଥୁ ଶିଶୁ ଚିକିତ୍ସା ଲାଗି ଆସିଲେ ସେମାନଙ୍କୁ ସହାୟତା ରାଶି ମିଳିପାରିବ ।

ରାଜ୍ୟରେ ସରକାରଙ୍କ ଦ୍ୱାରା ଏବେ ଉପଲବ୍ଧ ହେଉଥିବା ଜନସାଧାରଣଙ୍କ ଲାଗି ହେଉଥିବା ସ୍ୱାସ୍ଥ୍ୟସେବାକୁ ଗଣାତ୍ମକ, ଲୋକାଭିମୁଖୀ ତଥା ଅଧିକ ସୁଦୃଢ କରିବାର ଉଦ୍ଦେଶ୍ୟ ନେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏହି ସ୍ୱାସ୍ଥ୍ୟ ଯୋଜନା ଘୋଷଣା କରିଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟସେବାର ଏହା ଏକ ବଡ଼ ଘୋଷଣା କହିଲେ ଅତ୍ୟୁକ୍ତି ହେବନାହିଁ ।

Leave A Reply

Your email address will not be published.