Latest Odisha News

BREAKING NEWS

ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍. ଡି. ଦେବେଗୌଡ଼ା ଓ ତାଙ୍କ ପତ୍ନୀଙ୍କୁ କରୋନା

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡିଏସ୍ ନେତା ଏଚ୍. ଡି. ଦେବେଗୌଡ଼ା କରୋନା ସଂକ୍ରମିତ ହୋଇଛନ୍ତି । ତାଙ୍କ ପତ୍ନୀ ଚେନ୍ନାମା ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ଏଚ୍. ଡି. ଦେବେଗୌଡ଼ା । ଏବେ ସେ ଓ ତାଙ୍କ ପରିବାର ସମସ୍ତେ ଆଇସୋଲେସନରେ ଅଛନ୍ତି ।
ଗତ କିଛି ଦିନ ହେବ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକ କୋଭିଡ୍ ଟେଷ୍ଟ କରାଇ ନେବାକୁ ସେ ଅନୁରୋଧ କରିଛନ୍ତି । ଏହାସହ ଦଳୀୟ କର୍ମୀ ଓ ଶୁଭେଚ୍ଛଙ୍କୁ ଆତଙ୍କିତ ନହେବାକୁ କହିଛନ୍ତି ଏଚ୍. ଡି. ଦେବେଗୌଡ଼ା । କରୋନାର ଦ୍ୱିତୀୟ ଲହରିରେ ସଂକ୍ରମଣ ବଢୁଥିବା ବେଳେ ବହୁ ବିଶିଷ୍ଟ ବ୍ୟକ୍ତି ବି ପଜିଟିଭ୍ ଚିହ୍ନଟ ହେଉଛନ୍ତି ।

Leave A Reply

Your email address will not be published.