Latest Odisha News

BREAKING NEWS

ଶରଦ ପାୱାରଙ୍କ ସର୍ଜରୀ ସଫଳତାର ସହ ଶେଷ, ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ଥିବା ସୂଚନା 

ମୁମ୍ବାଇ: ଏନ୍‌ସିପି ମୁଖ୍ୟ ଶରଦ ପାୱାରଙ୍କ ସଜୟରୀ ସଫଳତାର ସହ ଶେଷ ହୋଇଛି । ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି । ଗତକାଲି ବିଳମ୍ୱିତ ରାତିରେ ଏହି ସର୍ଜରୀ ହୋଇଥିଲା । 

ପାଓ୍ୱାରଙ୍କ ଗଲବ୍ଲାଡରରେ ଷ୍ଟୋନ ହୋଇଥିଲା । ତେବେ ସଫଳତାର ସହ ଏହାକୁ ବାହାର କରାଯାଇଛି ବୋଲି ମହାରାଷ୍ଟ୍ରର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ କହିଛନ୍ତି । ବର୍ତ୍ତମାନ ତାଙ୍କୁ କିଛି ଦିନ ହସ୍ପିଟାଲରେ ରଖାଯିବ । ଆଗକୁ ଯଦି ଯନ୍ତ୍ରଣା ନ କମିବ ତାହେଲେ ପାଓ୍ୱାରଙ୍କ ଗଲବ୍ଲାଡର କଢାଯିବ ବୋଲି ଡାକ୍ତର କହିଛନ୍ତି ।

ପେଟରେ ଯନ୍ତ୍ରଣା ହେବାରୁ ଶରଦ ପାଓ୍ୱାରଙ୍କୁ ଗତ ୨୯ତାରିଖରେ ଚିକିତ୍ସା ପାଇଁ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲ ଅଣାଯାଇଥିଲା । ଚିକିତ୍ସା ପରେ ଶରଦଙ୍କ ଗଲବ୍ଲାଡରରେ ଷ୍ଟୋନ ଥିବା ଜଣାପଡିଥିଲା । ଏହାପରେ ଅପରେସନ ପାଇଁ ଡାକ୍ତର କହିଥିଲେ ।

Leave A Reply

Your email address will not be published.