Latest Odisha News

BREAKING NEWS

ପୂର୍ବତନ ରାଜସ୍ୱ ନିରୀକ୍ଷକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ପୁରୀ: ଭିଜିଲାନ୍ସ ଜାଲରେ ପୂର୍ବତନ ରାଜସ୍ୱ ନିରୀକ୍ଷକ(RI) । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁରୀ ତହସିଲର ପୂର୍ବତନ ଆରଆଇ ବସନ୍ତ ମହାନ୍ତିଙ୍କ ଘରେ ଚଢାଉ । ପୁରୀ ଅଫିସ୍ ସମେତ ଏକକାଳୀନ ୬ଟି ସ୍ଥାନରେ ରେଡ୍ ଚଳାଇଛି ଭିଜିଲାନ୍ସ ଟିମ୍ । ପୁରୀ ଫ୍ରେଣ୍ଡସ୍ କ୍ଲବ ଗଳିରେ ଥିବା ୨ଟି ଘର, ବାଲିଘାଟ ଓ ପେଣ୍ଠକଟାରେ ଥିବା ବାସଭବନରେ ରେଡ୍ ଚାଲିଛି । ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାରେ  ପୈତୃକ ଘରେ ବି ଚଢ଼ାଉ ହୋଇଛି । ଏବେ ବି ରେଡ୍ ଚାଲିଛି । ଚଢ଼ାଉ ପରେ ତାଙ୍କର କେତେ ଆୟ ବହିର୍ଭୂତ ସମ୍ପତ୍ତି ଠାବ ହୋଇଛି ଜଣା ପଡିବ ।

Leave A Reply

Your email address will not be published.