Latest Odisha News

BREAKING NEWS

ସୁପ୍ରିମକୋର୍ଟର ପୂର୍ବ ବିଚାରପତି ଖାନୱଲିକର ହେଲେ ଦେଶର ଦ୍ୱିତୀୟ ଲୋକପାଳ

ନୂଆଦିଲ୍ଲୀ: ଦେଶର ଦ୍ୱିତୀୟ ଲୋକପାଳ ହେଲେ ସୁପ୍ରିମକୋର୍ଟର ପୂର୍ବ ବିଚାରପତି ଅଜୟ ମାଣିକ ରାଓ ଖାନୱଲିକର । ରବିବାର ଖାନୱଲିକରଙ୍କୁ ଲୋକପାଳର ଅଧ୍ୟକ୍ଷ ଭାବେ ଶପଥ ପାଠ କରାଇଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ଜଷ୍ଟିସ ଖାନୱିଲକର ଚଳିତ ବର୍ଷ ଫେବୃଆରୀ ଶେଷ ସପ୍ତାହରେ ଲୋକପାଳର ଅଧ୍ୟକ୍ଷ ଭାବରେ ମନୋନୀତ ହୋଇଥିଲେ ।

ସୂଚନାଯୋଗ୍ୟ, ଗତ ଦୁଇ ବର୍ଷ ଧରି ଅର୍ଥାତ୍ ୨୦୨୨ ମେ’ ୨୭ ତାରିଖରେ ପିନାକୀ ଚନ୍ଦ୍ର ବୋଷଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଲୋକପାଳ ଅଧ୍ୟକ୍ଷ ପଦ ଖାଲି ପଡିଥିଲା । ୨୦୨୩ ସେପ୍ଟେମ୍ବରରୁ ଦେଶର ଦୁର୍ନୀତି ନିବାରଣ ସଂସ୍ଥାର ମୁଖ୍ୟ ପଦ ପାଇଁ ଅନେକ ନାମ ଦୌଡରେ ଥିଲା । କିନ୍ତୁ ଶେଷରେ ଖାନୱିଲକରଙ୍କ ନାମରେ ମୋହର ବାଜିଥିଲା ।

ଏବେ ଖାନୱାଲିକରଙ୍କୁ ଲୋକପାଳ ଅଧ୍ୟକ୍ଷ ପଦରେ ଅବସ୍ଥାପିତ କରାଯିବା ସହ ଗତମାସରେ ଜଷ୍ଟିସ ଋତୁରାଜ ଅବସ୍ଥି, ଜଷ୍ଟିସ ଲିଙ୍ଗାପ୍ପା ନାରାୟଣ ସ୍ୱାମୀ, ଜଷ୍ଟିସ ସଂଜୟ ଯାଦବଙ୍କୁ ଲୋକପାଳର ନ୍ୟାୟିକ ସଦସ୍ୟ ଭାବେ ନିଯୁକ୍ତ କରାଯାଇଛି ।

Leave A Reply

Your email address will not be published.