Latest Odisha News

BREAKING NEWS

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ଚରଣ ସେଠୀଙ୍କ ପରଲୋକ

ଭଦ୍ରକ: ପରଲୋକରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ପୂର୍ବତନ ଭଦ୍ରକ ସାଂସଦ ଅର୍ଜୁନ ଚରଣ ସେଠୀ । ଆଜି ସନ୍ଧ୍ୟା ସାଢେ ୮ଟାରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା । ବ୍ରେନଷ୍ଟ୍ରୋକ ଯୋଗୁଁ ଗତ କିଛି ଦିନ ହେଲା ତାଙ୍କର ଚିକିତ୍ସା ଚାଲିଥିବା ଜଣାପଡିଛି ।

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ କ୍ୟାବିନେଟରେ ସେ ଜଳସଂପଦ ମନ୍ତ୍ରୀ ଭାବେ ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ଦାୟିତ୍ୱ ତୁଲାଇଥିଲେ ।

ପୂର୍ବତନ ସାଂସଦ ଅର୍ଜୁନ ସେଠୀ ୧୯୪୧ ମସିହା ସେପ୍ଟେମ୍ବର ୧୮ ତାରିଖରେ ଜନ୍ମଗ୍ରହଣ କରିଥିଲେ । ୧୯୭୧ ମସିହାରେ ସେ କଂଗ୍ରେସ ଦଳ ପକ୍ଷରୁ ଭଦ୍ରକ ଲୋକସଭା ଆସନରୁ ନିର୍ବାଚିତ ହୋଇଥିଲେ । ୧୯୮୦ ମସିହାରେ ସେ କଂଗ୍ରେସ ପକ୍ଷରୁ ଦ୍ୱିତୀୟ ଥର ପାଇଁ ସେହି ଆସନରୁ ଲଢି ବିଜୟ ଲାଭ କରିଥିଲେ ।

୧୯୯୧ ମସିହାରେ ଜନତା ଦଳରୁ ସାଂସଦ ହୋଇଥିଲେ । ୧୯୯୮, ୧୯୯୯, ୨୦୦୪ ଓ୨୦୦୯ ଲୋକସଭା ନିର୍ବାଚନରେ ସେ ବିଜେଡି ପକ୍ଷରୁ ଲଢି ସାଂସଦ ହୋଇଥିଲେ । କିନ୍ତୁ ଗତ ସାଧାରଣ ନିର୍ବାଚନ ପୂର୍ବରୁ ସେ ବିଜେପିରେ ଯୋଗ ଦେଇଥିଲେ ।

Leave A Reply

Your email address will not be published.