Latest Odisha News

BREAKING NEWS

‘କରୋନା କ୍ରିଏଟିଭିଟି’ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଜୁନ ୧୫ ସୁଦ୍ଧା ପଠାନ୍ତୁ ନିଜ କଳା ପ୍ରତିଭାର ଭିଡିଓ

ଭୁବନେଶ୍ୱର : ପ୍ରତିଯୋଗୀମାନଙ୍କ ବିପୁଳ ଉତ୍ସାହ ଓ ଅନୁରୋଧକୁ ଦୃଷ୍ଟିରେ ରଖି odishasambad.in ଏବଂ odishabytes.com ନିବେଦିତ ‘କରୋନା କ୍ରିଏଟିଭିଟି’ ପାଇଁ ଭିଡିଓ ପଠାଇବାର ଶେଷ ତାରିଖ ଜୁନ ୮ ପରିବର୍ତ୍ତେ ଜୁନ ୧୫ ତାରିଖ କରାଯାଇଛି ।

ଆପଣ ନିଜର କଳା ପ୍ରତିଭା ଦେଖାଇବାକୁ ଚାହୁଁଥିଲେ ଏହାର ଭିଡିଓ ପ୍ରସ୍ତୁତ କରନ୍ତୁ ଓ ଆମ ପାଖକୁ ପଠାନ୍ତୁ । ମନେ ରଖନ୍ତୁ ଭିଡିଓ ପଠାଇବାର ଶେଷ ତାରିଖ ଜୁନ ୧୫ । ଆପଣ ଗୀତ ଗାଇବା, ଏକକ ଅଭିନୟ, ଗପ କହିବା, କବିତା ପାଠ, ପେଣ୍ଟିଂ, ବାଲୁକା କଳା ପରି ଅନେକ କଳାତ୍ମକ କାର‌୍ୟ୍ୟର ଭିଡିଓ ପଠାଇ ପାରିବେ ।

ଭିଡିଓ ଉତ୍ତୋଳନ କରିବା ସମୟରେ ମୋବାଇଲକୁ ଲ୍ୟାଣ୍ଡସ୍କେପ୍ ମୋଡରେ ରଖନ୍ତୁ । ପୋଟ୍ରେଟ୍ ମୋଡରେ ଉତ୍ତୋଳନ ହୋଇଥିବା ଭିଡିଓ ବା ପୂର୍ବରୁ ଏଡିଟ୍ ହେଇଥିବା ଭିଡିଓ ଗ୍ରହଣ କରାଯିବ ନାହିଁ । ଭିଡିଓ ଉତ୍ତୋଳନ କରିବା ସମୟରେ ପ୍ରଥମେ ନିଜ ନାମ, ଠିକଣା ଏବଂ ବୃତ୍ତି ସମ୍ପର୍କରେ କିଛି କହିବା ପରେ ନିଜ କଳା ପ୍ରଦର୍ଶନ କରନ୍ତୁ ।

ଭିଡିଓର ଅବଧି ୫ ରୁ ୧୦ ମିନିଟ୍ ମଧ୍ୟରେ ରହିବା ଆବଶ୍ୟକ । ବିନା କୌଣସି କାରଣ ଦର୍ଶାଇ ଭିଡିଓକୁ ନାକଚ କରିବାର ଅଧିକାର ଆୟୋଜକଙ୍କ ନିକଟରେ ରହିଛି । ବିଚାରକ ବିଜେତା ଚୟନ କରିବେ ଏବଂ ସେହି ନିଷ୍ପତ୍ତି ଚୂଡାନ୍ତ ଏବଂ ବାଧ୍ୟତାମୂଳକ ହେବ ।

ଜିତିବାର ମାପଦଣ୍ଡ ଭାବରେ odishasambad.in ଏବଂ odishabytes.comର ୟୁଟ୍ୟୁବ୍‌, ଫେସବୁକ୍ ଏବଂ ଇନଷ୍ଟାଗ୍ରାମରୁ ସାମଗ୍ରିକ ଭାବେ ଲାଇକ ଓ ଭିଉ ସଂଖ୍ୟା, ସୃଜନଶୀଳତା ଓ ପ୍ରତିଭାର ସ୍ୱତନ୍ତ୍ରତା, ନୂତନତ୍ୱ, ଉପସ୍ଥାପନା ଶୈଳୀ ଇତ୍ୟାଦି ବିଚାରକୁ ନିଆଯିବ ।
ଓଡିଆ, ଇଂରାଜୀ କିମ୍ବା ହିନ୍ଦି ଭାଷାରେ ଭିଡିଓ ପ୍ରସ୍ତୁତ କରି Google Drive ଜରିଆରେ ଆମକୁ contentobos@gmail.com ରେ ପଠାନ୍ତୁ ।

Leave A Reply

Your email address will not be published.