Latest Odisha News

BREAKING NEWS

ମୁଣ୍ଡ ଉପରେ ବିଦ୍ୟୁତ୍ ତାର ଛିଡି ପଡିବାରୁ ୪ ମୃତ, ଜଣେ ଗୁରୁତର

ନୂଆଦିଲ୍ଲୀ: ମୁଣ୍ଡ ଉପରେ ବିଦ୍ୟୁତ୍ ତାର ଛିଡି ପଡିବାରୁ ୪ ଜଣଙ୍କର ଜୀବନ ଯାଇଥିବାବେଳେ, ଜଣେ ଗୁରୁତର ହୋଇଛନ୍ତି । ଏଭଳି ଦୁଃଖଦ ଘଟଣା ଘଟିଛି ଦିଲ୍ଲୀ ନୋଏଡାର ଛିଜାରାସି ଗାଁରେ । ଗୁରୁତର ଆହତଙ୍କୁ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ଉକ୍ତ ବ୍ୟକ୍ତିଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି । ଏହି ଘଟଣାରେ ଏକ ସ୍କୁଟି ମଧ୍ୟ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି ।

ସୂଚନା ଅନୁସାରେ, ଲୋକମାନେ ରାସ୍ତାରେ ଯାଉଥିବା ବେଳେ ହଠାତ୍ ଉଚ୍ଚ କ୍ଷମତାସମ୍ପନ୍ନ ବିଦ୍ୟୁତ୍ ତାର ଛିଣ୍ଡି ସେମାନଙ୍କ ଉପରେ ଖସିପଡ଼ିଥିଲା । ଏହାଫଳରେ ବିଦ୍ୟୁତ୍ କରେଣ୍ଟ ଆଘାତ ସେମାନଙ୍କୁ ଲାଗିଥିଲା । ସ୍ଥାନୀୟ ଲୋକମାନେ ଆହତମାନଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନେବା ସହ ପୋଲିସ ଓ ଆମ୍ବୁଲାନ୍ସକୁ ଖବର ଦେଇଥିଲେ ।

ସ୍ଥାନୀୟ ବାସିନ୍ଦାମାନେ ବିଦ୍ୟୁତ୍ ବିଭାଗର ଅବହେଳାକୁ ଦାୟୀ କରିଛନ୍ତି । ସେମାନଙ୍କ ଅଭିଯୋଗ କରିଛନ୍ତି କି ଅଞ୍ଚଳର ବିଦ୍ୟୁତ୍ ତାରଗୁଡ଼ିକର ନିୟମିତ ଯାଞ୍ଚ ଓ ରକ୍ଷଣାବେକ୍ଷଣ କରାଯାଉନାହିଁ । ଠିକ୍ ଭାବେ ମରାମତି ଏବଂ ବୃଦ୍ଧିପାଉଥିବା ବିଦ୍ୟୁତ୍ ଚାହିଦା ଅନୁଯାୟୀ ବ୍ୟବସ୍ଥା କରାଯାଉ ନାହିଁ ଯାହା ଫଳରେ ଏହି ଦୁର୍ଘଟଣା ବାରମ୍ବାର ଘଟୁଛି । ସଠିକ୍ ଭାବେ ବିଦ୍ୟୁତର ଯାଞ୍ଚ କରାଯାଇ ଉପଯୁକ୍ତ ପଦକ୍ଷେପ ନେବାକୁ ଲୋକେ ଦାବି କରିଛନ୍ତି ।

Leave A Reply

Your email address will not be published.