Latest Odisha News

BREAKING NEWS

ଭୁବନେଶ୍ୱର ଏମ୍ସର ୪ ଡାକ୍ତର କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱର ଏମ୍ସ ହସ୍ପିଟାଲର ୪ ଡାକ୍ତର କରୋନା ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ନମୂନା ପରୀକ୍ଷା ପରେ ପଜିଟିଭ ଆସିଛି । ସଂକ୍ରମିତ ହୋଇଥିବା ସମ୍ପୃକ୍ତ ଡାକ୍ତରଙ୍କ ମଧ୍ୟରେ ୩ ଜଣ ସିନିୟର ରେସିଡେଂଟ ଡାକ୍ତର ଥିବା ବେଳେ ଜଣେ ଜୁନିଅର ରେସିଡେଂଟ ଡାକ୍ତର ଅଛନ୍ତି। ଏନେଇ ଏମ୍ସର ଲୋକ ସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି ।

ସିନିୟର ୩ ଜଣ ଡାକ୍ତର ମଧ୍ୟରେ ଫାର୍ମାକୋଲଜୀ ବିଭାଗ, ପାଥାଲୋଜି ଓ ସର୍ଜରୀ ବିଭାଗର ଜଣେ ଲେଖାଏଁ ଅଛନ୍ତି ଅଛନ୍ତି । ଏବଂ ଡର୍ମାଟୋଲଜି ବିଭାଗର ଅଜ୍ୟ ଜଣେ ଜୁନିଅର ରେସିଡେଂଟ ଡାକ୍ତର କରୋନାରେ ସଂକ୍ରମିତ ହୋଇଛନ୍ତି । ଏହି ୪ ଜଣ ଡାକ୍ତରଙ୍କୁ ଏମ୍ସ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.