Latest Odisha News

BREAKING NEWS

କରୋନା ସହ ଲଢେଇ: ସେବାୟତଙ୍କ ଲାଗି ହୋମିଓପ୍ୟାଥି

ପୁରୀ: ଶ୍ରୀକ୍ଷେତ୍ରରେ ସ୍ନାନଯାତ୍ରା ସଫଳତାର ସହିତ ସମାପନ ହେବାପରେ ଏବେ ଶ୍ରୀଜୀଉମାନଙ୍କର ଅଣସର ପିଣ୍ଡିରେ ଚାଲିଛି ଅଣସର ନୀତି । କରୋନା ମହାମାରୀ ସଂକ୍ରମଣ ରୋକିବା ଲାଗି ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରାଯାଇଛି । ଆଗରେ ରହିଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଶ୍ରୀମନ୍ଦିର ସେବାୟତମାନଙ୍କ ସୁସ୍ଥତାକୁ ପ୍ରଶାସନ ଗୁରୁତ୍ୱ ପ୍ରଦାନ କରିଛନ୍ତି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ସେବାୟତ ନେଉଛନ୍ତି ହୋମିଓପ୍ୟାଥି ଚିକିତ୍ସା ।

ପୁରୀସ୍ଥିତ ନିଳାଦ୍ରୀ ଭକ୍ତ ନିବାସରେ ମଙ୍ଗଳବାର ଦିନ ୧୧ଟାରେ ଶ୍ରୀମନ୍ଦିର ପ୍ରଶାସକ (ନୀତି) ଜିତେନ୍ଦ୍ର କୁମାର ସାହୁ ଆନୁଷ୍ଠାନିକ ଭାବେ ରିବନ୍ କାଟି କୋଭିଡ୍ ୧୯ ରୋଗର ପ୍ରତିକାର ଲାଗି ହୋମିଓପ୍ୟାଥି ସ୍ୱାସ୍ଥ୍ୟ ଶିବିରକୁ ଉଦଘାଟନ କରିଥିଲେ ।

ଏଥିରେ ପୁରୀର ‘କ୍ଷେତ୍ରୀୟ ହୋମିଓପ୍ୟାଥି ଅନୁସନ୍ଧାନ ସଂସ୍ଥାନ’ଙ୍କ ସୌଜନ୍ୟରୁ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ଡଃ ଉମାକାନ୍ତ ପୃଷ୍ଟି ଏବଂ ଡଃ ଅକ୍ଷୟ କୁମାର ପୃଷ୍ଟି ଗବେଷଣା ଅଧିକାରୀ ଏବଂ ଶ୍ରୀମନ୍ଦିର ହୋମିଓପ୍ୟାଥି ଦାତବ୍ୟ ଚାରିଟେବୁଲ୍ ଟ୍ରଷ୍ଟ ଡାକ୍ତର ପଞ୍ଚାନନ ପ୍ରଧାନ ଉପସ୍ଥିତ ରହି କୋଭିଡ଼ ୧୯ ରୋଗର ପ୍ରତିକାର ପାଇଁ ଭାଗ ନେଇଥିବା ଦଇତା ପତି ସେବକମାନଙ୍କୁ ସଚେତନତା କରାଇବା ସହିତ ଶକ୍ତି ବର୍ଦ୍ଧକ ହୋମିଓପ୍ୟାଥି ଔଷଧ ୫୯ ଜଣ ଦଇତାପତି ପରିବାରକୁ ବିତରଣ କରାଯାଇଥିଲା । ଏଥିସହିତ ରଥଖଳାରେ କାର‌୍ୟ୍ୟ କରୁଥିବା ଭୋଇ ସେବକ ଏବଂ ମହାରଣା ସେବକ ଏବଂ ଶ୍ରୀମନ୍ଦିର କର୍ମଚାରୀ ଏହିପରି ୧୬୫ ଜଣଙ୍କୁ ଶକ୍ତି ବର୍ଦ୍ଧକ ଔଷଧ ବିତରଣ କରାଯାଇଥିଲା ।

ଏଠାରେ ସୂଚନାଯୋଗ୍ୟ, ଆସନ୍ତାକାଲି ‘ପ୍ରତିହାରୀ ନିଯୋଗ’ ଏବଂ ତାଙ୍କ ପରିବାରଙ୍କୁ କରୋନା ସଚେତନତା ସହ ଔଷଧ ବିତରଣ କରାଯିବାର କାର‌୍ୟ୍ୟକ୍ରମ ରହିଛି ।

Leave A Reply

Your email address will not be published.