Latest Odisha News

BREAKING NEWS

ରାୟଗଡା: ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୪ ମୃତ ଓ ୨ ଗୁରୁତର ଆହତ

ରାୟଗଡ଼ା : ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍ ଅନ୍ତର୍ଗତ ତୟାପୁଟ୍ ନିକଟରେ ଏକ ଏସୟୁଭୁ ଗାଡି ଭାରସାମ୍ୟ ଗଛରେ ପିଟି ହେବା ଫଳରେ ୪ଜଣଙ୍କ ମୃତ୍ୟୁ ଘଟିବା ସହ ୨ଜଣ ଗୁରୁତର ଆହତ ହୋଇଛନ୍ତି।

ମୃତକ ମାନେ ଡେଙ୍ଗାଗୁଡ଼ା ଗ୍ରାମର ରବି ମାଝି, ନବୀନ ମାଝି, ନବୀ ମାଝି ଓ ପପୁ ମୁଦୁଲି ବୋଲି ଜଣାପଡିଛି ।

ମିଳିଥିବା ସୂଚନାନୁଯାୟୀ ଏହି ଯାତ୍ରୀମାନେ ରାୟଗଡ଼ାରୁ ‘ଚଇତି ମହୋତ୍ସବ’ ଦେଖି ଡେଙ୍ଗାଗୁଡ଼ାକୁ ଫେରୁଥିଲାବେଳେ କୌଣସି କାରଣବଶତଃ ଡ୍ରାଇଭର ଜଣଙ୍କ ଗାଡି ଉପରୁ ଅଚାନକ ଭାରସାମ୍ୟ ହରାଇବା ଫଳରେ ଗାଡିଟି ନିକଟସ୍ଥ ଏକ ଗଛରେ ପିଟି ହୋଇ ଦୁର୍ଘଟଣାଗସ୍ତ ହୋଇଥିଲା ।

ତେବେ ଖବର ପାଇ ପୋଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି କରିଥିଲା । ପରବର୍ତ୍ତୀ ସମୟରେ ମୃତକମାନଙ୍କୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା ବେଳେ ଆହତଙ୍କୁ ଚିକିତ୍ସା ନିମନ୍ତେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.