Latest Odisha News

BREAKING NEWS

ସଡ଼କ ଦୁର୍ଘଟଣାରେ ୪ ମୃତ

ଖୋର୍ଦ୍ଧା / ଭବାନୀପାଟଣା: ଓଡ଼ିଶାରେ ଦୁଇଟି ଭିନ୍ନ ଭିନ୍ନ ସଡ଼କ ଦୁର୍ଘଟଣାରେ ୪ଜଣଙ୍କର ପ୍ରାଣହାନୀ ଘଟିଛି । ଗୋଟିଏ ସଡ଼କ ଦୁର୍ଘଟଣା ଖୋର୍ଦ୍ଧାରେ ଘଟିଥିବା ବେଳେ ଅନ୍ୟଟି କଳାହାଣ୍ଡି ଜିଲ୍ଲାରେ ଘଟିଥିବାର ସୂଚନା ମିଳିଛି ।

ଶନିବାର ରାତିରେ ଭୁବନେଶ୍ୱର ସାଲିଆ ସାହିର ନରେନ୍ଦ୍ର ଗୁରୁ ଓ ଜିତେନ୍ଦ୍ର ନାୟକ ନାମକ ଦୁଇଜଣ ବ୍ୟକ୍ତି କାରରେ ଯୋଗେ ଭୁବନେଶ୍ୱର ଫେରୁଥିବା ବେଳେ ଖୋର୍ଦ୍ଧା ଜିଲ୍ଲାର ଜଟଣୀ ନିକଟସ୍ଥ ଲୁହାଶଙ୍ଖ ପୋଲ ତଳକୁ ତାଙ୍କ କାରଟି ଖସି ପଡ଼ିଥିଲା ।

ଏହି ଦୁଇଜଣ ବ୍ୟକ୍ତି ଜଟଣୀର ପ୍ରସିଦ୍ଧ ଗଣେଶ ପୂଜା ଦେଖି ରାତିରେ ଫେରୁଥିବା ବେଳେ ତାଙ୍କର ଟୟୋଟା ଇନୋଭା କାର୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । କାର ଚାଳକ ଗାଡ଼ିର ନିୟନ୍ତ୍ରଣ ହରାଇବାରୁ ଗାଡ଼ିଟି ପୋଲ ତଳେ ଥିବା ଏକ ନାଳ ମଧ୍ୟକୁ ଖସି ପଡ଼ିଥିଲା ।

ସେହିପରି ଅନ୍ୟ ଏକ ସଡ଼କ ଦୁର୍ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ରେ । ଗତରାତିରେ ମୋଟରସାଇକେଲ ଯୋଗେ ୨ ଜଣ ବ୍ୟକ୍ତି ଯାଉଥିବା ବେଳେ ଏକ ବୋଲେରୋ ମୋଟରସାଇକେଲକୁ ଦୁଲୁକିବନ୍ଧ ଛକ ନିକଟରେ ଧକ୍କା ଦେଇଥିଲା ।

ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଚିକିତ୍ସା ନିମନ୍ତେ ଡ଼ାକ୍ତରଖାନା ନେଉଥିବା ବାଟରେ ହିଁ ଅନ୍ୟ ଜଣଙ୍କର ମୃତ୍ୟୁ ଘଟିଥିଲା ।

Leave A Reply

Your email address will not be published.