Latest Odisha News

BREAKING NEWS

ବାତ୍ୟା ‘ଫନି’ ବେଳେ କର୍ତ୍ତବ୍ୟରେ ଅବହେଳା କରି ନିଲମ୍ବିତ ହେଲେ ପୁରୀର ୪ ଡାକ୍ତର

ଭୁବନେଶ୍ୱର : ବାତ୍ୟା ‘ଫୋନି’ ବେଳେ କର୍ତ୍ତବ୍ୟରେ ଅବହେଳା କରିଥିବା ଦର୍ଶାଇ ରାଜ୍ୟ ସରକାର ଶନିବାର ଦିନ ପୁରୀ ଜିଲ୍ଲାର ୪ ଜଣ ଡାକ୍ତରଙ୍କୁ ନିଲମ୍ବନ କରିଛନ୍ତି ।

ନିଲମ୍ବିତ ହୋଇଥିବା ୪ ଜଣ ଡାକ୍ତର ହେଲେ- ଚିଲିକା-ନୂଆପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚସି)ର ୨ ଜଣ ଡାକ୍ତର ଜାକେଶ ନାୟକ ଓ ଜାହାନା ପରବିନ । ଅନ୍ୟ ୨ ଜଣ ହେଉଛନ୍ତି ବ୍ରହ୍ମଗିରିର ରେବଣା-ନୂଆଗାଁ ସିଏଚସିର ଡାକ୍ତର ବାପୁଜୀ ନାୟକ ଓ ଜସ୍ମିନ ନୀଳିମା ପଣ୍ଡା ।

ଆହୁରି ମଧ୍ୟ ରାଜ୍ୟ ସରକାର ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମଓ) ଡାକ୍ତର ରାମଚନ୍ଦ୍ର ରାଉତଙ୍କୁ ମଧ୍ୟ ବଦଳି କରାଯିବା ସହ ତାଙ୍କୁ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି। ତେବେ ଡାକ୍ତର ରାମଚନ୍ଦ୍ର ରାଉତଙ୍କ ସ୍ଥାନରେ ଡାକ୍ତର ଅମରେନ୍ଦ୍ରନାଥ ମହାନ୍ତିଙ୍କୁ ସିଡିଏମଓ ଭାବେ ନିଯୁକ୍ତ କରାଯାଇଛି।

Comments are closed.