Latest Odisha News

BREAKING NEWS

ଘରୋଇ ମେସ୍‌ରୁ ୪ ଛାତ୍ର ନିଖୋଜ, ଅଭିଭାବକଙ୍କ ଅଭିଯୋଗ ପରେ ତଦନ୍ତ ଆରମ୍ଭ

ବାଲେଶ୍ବର: ଘରୋଇ ମେସ୍‌ରେ ଅତ୍ୟାଚାର କାରଣରୁ ମେସ୍ ଛାଡ଼ି ପଳାଇଲେ ୪ ଜଣ ଛାତ୍ର । ଯାହାକୁ ନେଇ ଥାନାର ଦ୍ବାରସ୍ଥ ହୋଇଛନ୍ତି ଅଭିଭାବକମାନେ । ଘରୋଇ ମେସ୍‌ରେ ନିର୍ଯାତନା ଦିଆଯାଉଥିବା ନେଇ ଅଭିଯୋଗ କରିଛନ୍ତି । ଏହି କାରଣରୁ ସମସ୍ତ ୪ ଛାତ୍ର ମେସ୍ ଛାଡ଼ି ନିଖୋଜ ଥିବା ପୋଲିସ ଆଗରେ ଅଭିଯୋଗ କରିଛନ୍ତି ବାପା ମାଆ ମାନେ ।

୨ ଜଣ ଦଶମ, ଜଣେ ଷଷ୍ଠ ଓ ଜଣେ ନବମ ଶ୍ରେଣୀର ଛାତ୍ର ନିଖୋଜ ଅଛନ୍ତି । ତେବେ ଏବିଷୟରେ ମେସ୍ ମାଲିକ ଦେଇଥିବା ମନ୍ତବ୍ୟ ଓ ସିସିଟିଭିରେ କଏଦ ହୋଇଥିବା ଦୃଶ୍ୟ ମେଳ ଖାଉନଥିବାବେଳେ, ସନ୍ଦେହକୁ ଆହୁରି ବଢାଇ ଦେଇଛି ।

ତେବେ ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ଅଧୀନ ବଡବିଲ୍ ଗ୍ରାମରେ ଥିବା ଅକ୍ଷୟ ଆଚାର୍ଯ୍ୟ ହାଇସ୍କୁଲରେ ବାଲେଶ୍ବର ସଦର ଥାନା ଅଧୀନ ମୁଲାନପୁର ଗ୍ରାମର ସରିତା ବେହେରାଙ୍କ ପୁଅ ସତେନ୍ଦୁ ବେହେରା ଓ ରାକେଶ ବେହେରାଙ୍କ ପୁଅ ରୀତେଶ ବେହେରା , କଟକ ଓ ବଣପାରିଆ ଅଞ୍ଚଳର ଚାରି ଜଣ ଛାତ୍ର ରହୁଥିଲେ । ଘରୋଇ ମେସ୍‌ରେ ଅତ୍ୟାଚାର କାରଣରୁ ମେସ୍ ଛାଡ଼ି ପଳାଇଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ ।
ଅଭିଭାବକଙ୍କ ଅଭିଯୋଗ ପରେ ସିସିଟିଭିରେ କଏଦ ଛାତ୍ରଙ୍କ ଯିବା ସମୟର ଭିଡିଓକୁ ନଜରରେ ରଖି ଖୋଳତାଡ ଆରମ୍ଭ କରିଛି ନୀଳଗିରି ପୋଲିସ ।

Leave A Reply

Your email address will not be published.