Latest Odisha News

BREAKING NEWS

ଫ୍ରାନ୍ସ ଜିତିଲା ଫିଫା ବିଶ୍ୱକପ ଫୁଟବଲ

ମସ୍କୋ : ବିଶ୍ୱକପ ଜିତିଲା ଶକ୍ତିଶାଳୀ ଫ୍ରାନ୍ସ ଦଳ । ଫିଫା ବିଶ୍ୱକପ ଫୁଟବଲ ଫାଇନାଲ ମ୍ୟାଚରେ କ୍ରୋଏସିଆକୁ ୪-୨ ଗୋଲରେ ପରାସ୍ତ କରି ପ୍ରାନ୍ସ ୨ୟ ଥର ଲାଗି ଫୁଟବଲ ବିଶ୍ୱକପ ହାସଲ କରିପାରିଛି ।

ସଂଘର୍ଷପୂର୍ଣ୍ଣ ଫାଇନାଲର ୧୮ ମିନିଟରେ କ୍ରୋଏସିଆ ପକ୍ଷରୁ ମାନଦଯୁକିକ ଏକ ଆତ୍ମଘାତୀ ଗୋଲ ଦେଇଥିଲେ । ଫ୍ରାନ୍ସ ଦଳ ୧-୦ରେ ଅଗ୍ରସର ହେଉଥିବା ବେଳେ କ୍ରୋଏସିଆ ପକ୍ଷରୁ ୨୮ ମିନିଟରେ ପେରିସିକ ଏକ ଗୋଲ ସ୍କୋର କରିବା ଫଳରେ ସ୍କୋର ୧-୧ ସମାନ ସ୍ତରକୁ ଆସିଥିଲା ।

ତେବେ ଖେଳର ୩୮ ମିନିଟରେ ଫ୍ରାନ୍ସକୁ ଏକ ପେନାଲ୍ଟି କିକ୍ର ସୁଯୋଗ ମିଳିଥିଲା । ଏହି ଯୁଯୋଗକୁ ହାତଛଡ଼ା କରିନଥିଲେ ଫ୍ରାନ୍ସ ଖେଳାଳି ଗ୍ରୀଜମାନ । ଗ୍ରୀଜମାନ ପେନାଲ୍ଟି ଗୋଲରେ ସଫଳ ହୋଇ ଦଳକୁ ୨-୧ରେ ଅଗ୍ରସର କରିଥିଲେ ।

ଚର୍ଚ୍ଚିତ ଖେଳାଳି ପୋଗବା ଫ୍ରାନ୍ସ ପକ୍ଷରୁ ୫୯ତମ ମିନିଟରେ ଏକ ସୁନ୍ଦର ଗୋଲ ଦେଇ ଦଳକୁ ୩-୧ରେ ଆଗୁଆ କରିଥିଲେ ।

ମ୍ୟାଚରେ ଅନ୍ତିମ ଭାଗରେ ମାପେ ଏକ ସୁନ୍ଦର ଫିଲ୍ଡ ଗୋଲ ଦେବା ପରେ ୪-୨ରେ ଫ୍ରାନ୍ସ ଅଗ୍ରସର ହୋଇଥିଲା । କ୍ରୋଏସିଆ ପକ୍ଷରୁ ଆତ୍ମଘାତୀ ଗୋଲଦେଇଥିବା ମାନଦଯୁକିକ ୬୯ ମିନଟରେ ଏକ ଗୋଲ କରିଥିଲେ । ଖେଳର ଅନ୍ତିମ ହ୍ୱିସିଲ ବାଜିବା ବେଳକୁ ୪-୨ ଗୋଲରେ ଫ୍ରାନ୍ସ ବିଜୟୀ ହୋଇ ବିଶ୍ୱକପ ଚମ୍ପିଆନ ହୋଇଥିଲା ।

Leave A Reply

Your email address will not be published.