Latest Odisha News

BREAKING NEWS

ଜୀବିତଙ୍କୁ କାଗଜପତ୍ରରେ ମୃତ ଦର୍ଶାଇ ନିର୍ମାଣ ଶ୍ରମିକଙ୍କ ସହାୟତା ଅର୍ଥ ହଡ଼ପ ପାଇଁ ମସୁଧା

ନବରଙ୍ଗପୁର (କେ. ସନ୍ତୋଷ): ଦାଦନ ପ୍ରବଣ ନବରଙ୍ଗପୁର ଜିଲ୍ଲାର ନିରୀହ ଲୋକଙ୍କ ସରଳତାର ଫାଇଦା ଉଠାଉଛନ୍ତି ଦଲାଲ । ବାହାର ରାଜ୍ୟକୁ ଦାଦନ ଖଟାଇବାକୁ ନେଇ ଶୋଷଣ କରୁଥିବା ବେଳେ ଏବେ ଜୀବିତଙ୍କୁ ମୃତ ଦର୍ଶାଇ ସରକାରୀ ସହାୟତା ହଡ଼ପ ପାଇଁ ଚକ୍ରାନ୍ତ କରିଛନ୍ତି । ୟେ ହେଉଛନ୍ତି ନବରଙ୍ଗପୁର ତହସିଲ୍ ଅନ୍ତର୍ଗତ ଡଙ୍ଗରିଗୁଡ଼ାର ଖଗପତି ପାଇକ । ଖଗପତି ଜୀବିତ ଥିବା ବେଳେ ଦଲାଲ୍ ଋଣ ଲୋଭ ଦେଖାଇ ତାଙ୍କ ମୃତ ସାର୍ଟିଫିକେଟ୍ ବାହାର କରି ନିର୍ମାଣ ଶ୍ରମିକଙ୍କ ଦେହାନ୍ତ ବାବଦକୁ ମିଳୁଥିବା ସରକାରୀ ସହାୟତା ହାତେଇବା ପାଇଁ ଯୋଜନା କରିଛନ୍ତି ।

କେବଳ ଖଗପତି ନୁହଁନ୍ତି ନବରଙ୍ଗପୁର ସଦର ବ୍ଳକର ୪ ଗାଁ ଦେଉଳି, ଡଙ୍ଗରିଗୁଡ଼ା, ବାସନୀ, ଦେଓଦୋରାର ୮ ଜଣ ନିର୍ମାଣ ଶ୍ରମିକ ଜୀବିତ ଥିବା ଦଲାଲ୍ ସେମାନଙ୍କୁ ମୃତ ଦର୍ଶାଇ ମୃତ ମୃତ ଦର୍ଶାଇ ମୃତ୍ୟୁ କାଳୀନ ସହାୟତା ରାଶି ୨ ଲକ୍ଷ ୫ ହଜାର ଟଙ୍କା ହଡ଼ପ ପାଇଁ ଯୋଜନା କରିଛନ୍ତି । ଏହି ଉଦ୍ଦେଶ୍ୟରେ ଦଲାଲ୍ ନିର୍ମାଣ ଶ୍ରମିକଙ୍କଙ୍କୁ ୫୦ ହଜାର ଟଙ୍କାର ଋଣ କରାଇ ଦେବା ଆଶା ଦେଖାଇଥିଲେ ।

ଏଥିପାଇଁ ଆଧାର କାର୍ଡ, ବ୍ୟାଙ୍କ ପାସବୁକ୍, ଲେବର କାର୍ଡ, ଫଟୋ ନେଇ ଅସାଧୁ ଉପାୟରେ ମୃତ୍ୟୁ ପ୍ରମାଣପତ୍ର ବାହାର କରିବା ଉତ୍ତରାଧିକାରୀ ପ୍ରମାଣ ପତ୍ର ହାସଲ କରି ମୃତ୍ୟୁକାଳୀନ ସହାୟତା ରାଶି ପାଇଁ ଆବେଦନ କରିଛନ୍ତି । ଏପରିକି ଶ୍ରମ ବିଭାଗ ମଧ୍ୟ ଶ୍ରମିକଙ୍କ ମୃତ୍ୟୁ କାଳୀନ ସହାୟତା ରାଶିକୁ ମଞ୍ଜୁର ମଧ୍ୟ କରିଛି ।

ଡଙ୍ଗରିଗୁଡ଼ା ଗାଁର ଦେବ ଗୌଡ଼ା ଜୀବିତ ଥିବା ବେଳେ ରାୟଗଡ଼ାରେ ଦିନ ମଜୁରୀ ଖଟୁଛନ୍ତି । ସେହିଭଳି ଗାଁର ଭାସ୍କର ପୂଜାରୀ, ବଳଦେବ ଭତ୍ରା, ସେବତୀ ଭତ୍ରା, ଡାଳିମ୍ବ ଚାଲାଣ ଓ ଡାଳିମ୍ବ ମାଝୀ ମଧ୍ୟ ଜୀବିତ ଥିବା ବେଳେ ସେମାନଙ୍କୁ ମୃତ୍ୟୁ ଦର୍ଶାଇ ନିର୍ମାଣ ଶ୍ରମିକଙ୍କୁ ମିଳୁଥିବା ମୃତ୍ୟୁକାଳୀନ ସହାୟତା ପାଇଁ ଆବେଦନ କରାଯାଇଛି ।

ଏନେଇ ମଣ୍ଡଳ ଶ୍ରମ ଆୟୁକ୍ତଙ୍କୁ ପଚାରିବାରୁ, ସେ ଘଟଣାର ସତ୍ଯାସତ ଥିବା କହିବା ସହ ମୃତ୍ୟୁ କାଳୀନ ସହାୟତା ରାଶିକୁ ସ୍ଥଗିତ ରଖିବାକୁ ଜିଲ୍ଲାପାଳଙ୍କୁ ଜଣାଇ ଦିଆଯିବ ବୋଲି କହିଛନ୍ତି । ଜୀବିତଙ୍କୁ ମୃତ ଦର୍ଶାଇ ସରକାରୀ ସହାୟତା ହଡ଼ପ ପାଇଁ ହୋଇଥିବା ଚକ୍ରାନ୍ତର ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛି ଶ୍ରମ ବିଭାଗ ।

Leave A Reply

Your email address will not be published.