Latest Odisha News

BREAKING NEWS

୮୧ ବର୍ଷ ପରେ ପୋଲାଣ୍ଡର ମହିଳା ଖେଳାଳି ଭାବେ ଫ୍ରେଂଚ ଓପନ ଫାଇନାଲରେ ପ୍ରବେଶ କଲେ ଇଗା ସ୍ୱିଟେକା

ପ୍ୟାରିସ: ଫ୍ରେଂଚ ଓପନ ଟେନିସ ଟୁର୍ଣ୍ଣାମେଂଟ ମହିଳା ସିଙ୍ଗଲ୍ସ ଟାଇଟଲ ମୁକାବିଲା ଲାଇନ ଅପ ଚୂଡାନ୍ତ ହୋଇଛି । ପୋଲାଣ୍ଡର ୧୯ ବର୍ଷୀୟା ଇଗା ସ୍ୱିଟେକ ଶନିବାର ହେବାକୁ ଥିବା ଫାଇନାଲରେ ଆମେରିକାର ସୋଫିଆ କେନିନ୍‌ଙ୍କୁ ଭେଟିବେ । ୮୧ ବର୍ଷ ପରେ ପୋଲାଣ୍ଡ ଖେଳାଳି ଭାବେ ସ୍ୱିଟେକ ଏହି ଟୁର୍ଣ୍ଣାମେଂଟର ଫାଇନାଲକୁ ଉନ୍ନୀତ ହୋଇଛନ୍ତି । ପୂର୍ବରୁ ୧୯୩୯ରେ ଜେଦେଭା ଜେଡୋଭେସ୍କା ଏହି ସଫଳତା ହାସଲ କରିଥିଲେ ।

ସେହିପରି ପୁରୁଷ ସିଙ୍ଗଲ୍ସରେ ବିଶ୍ୱର ଏକ ନମ୍ବର ଖେଳାଳି ସର୍ବିୟାର ନୋଭାକ ଜୋକୋଭିଚ ୧୦ମଥର ପାଇଁ ଫ୍ରେଂଚ ଓପନ ସେମିଫାଇନାଲରେ ପ୍ରବେଶ କରିଛନ୍ତି । ସେ ପାବ୍ଲୋ କାରେନୋ ବୁସ୍ତାଙ୍କୁ ୪-୬, ୬-୨, ୬-୩ ଓ ୬-୪ ସେଟରେ ପରାସ୍ତ କରିଥିଲେ । ସେ ସେମିରେ ଗ୍ରୀସର ଷ୍ଟେଫନେସ ସିତାସିପାସଙ୍କୁ ଭେଟିବେ ।

Leave A Reply

Your email address will not be published.