Latest Odisha News

BREAKING NEWS

Low-Pressure Area Likely Over Bay:୧୨ରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା;ଆଗାମୀ ୭ ଦିନ ପ୍ରବଳ ବର୍ଷା !

ଭୁବନେଶ୍ବର: ଆସୁଛି ଆଉ ଏକ ଲଘୁଚାପ। ୧୨ ତାରିଖ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି । ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହା ସମୁଦ୍ର ପତ୍ତନଠାରୁ ୩.୧ କିମି ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଛି । ଯାହାର ପ୍ରଭାବରେ ୧୨ ଅଗଷ୍ଟ ସୁଦ୍ଧା ସେହି ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାସହ ରାଜ୍ୟରେ ମୌସୁମୀ ସକ୍ରିୟ ରହିଥିବା ବେଳେ ଏହି ଦୁଇ କାରଣକୁ ନେଇ ଆହୁରି ୭ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା ଥିବା ସୂଚନା ଦେଇଛି, ପାଣିପାଗ ବିଭାଗ ।

ତେବେ ଆଗାମୀ ୭ ଦିନ ଯାଏ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି । ସେପଟେ ଆସନ୍ତା ୨୪ ଘଣ୍ଟା ପାଇଁ ପୁରା ରାଜ୍ୟକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୫ ଜିଲ୍ଲାକୁ ଛାଡି ବାକି ସମସ୍ତ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ୧୪ ତାରିଖ ପର୍ଯ୍ୟନ୍ତ ପୁରା ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।

୧୫ ଏବଂ ୧୬ ତାରିଖରେ ପଶ୍ଚିମ ଓ ଉତ୍ତର ଓଡି଼ଶାର କିଛି ଜିଲ୍ଲାରେ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ସୂଚନାଥାଉକି,ଅନ୍ୟପଟେ ଗତ ୨୪ ଘଣ୍ଟାରେ ୪ଟି ଷ୍ଟେସନରେ ପ୍ରବଳ ବର୍ଷା ହୋଇଥିବା ବେଳେ ଗଂଜାମ ପାତ୍ରପୁରରେ ୮୦.୪ ମିମି ସର୍ବାଧିକ ବର୍ଷା ହୋଇଛି ।

ଜୁନ ୧ରୁ ଏଯାଏଁ ସାରା ରାଜ୍ୟରେ ସମୁଦାୟ ବର୍ଷା ୮୬୪.୩ ମିମି ରେକର୍ଡ ହୋଇଥିବା ବେଳେ ସ୍ୱାଭାବିକ ବର୍ଷା ୬୭୭ ମିମି ରହିଛି । ସ୍ୱାଭାବିକ ଠାରୁ ଏହା ୨୮ ପ୍ରତିଶତ ଅଧିକ ବର୍ଷା ରେକର୍ଡ ହୋଇଛି ।

Leave A Reply

Your email address will not be published.