Latest Odisha News

BREAKING NEWS

ଫ୍ରାଇଡେ ରିଲିଜ: ପରଦାକୁ ଆସିଲା ‘ଭୁତ’ ଓ ‘ଶୁଭ ମଙ୍ଗଲମ୍ ଜ୍ୟାଦା ସାବଧାନ’

ମୁମ୍ବାଇ: ଫ୍ରାଇଡେ୍ ରିଲିଜରେ ଆଜି ପରଦାକୁ ଆସିଛି ଆୟୁଷମାନ ଖୁରାନାଙ୍କ ଅପକମିଂ ଫିଲ୍ମ ‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’ ଓ ଭିକି କୌଶଲଙ୍କ ‘ଭୁତ: ପାର୍ଟ ୱାନ-ଦ ହଣ୍ଡ୍ ସିପ୍‌’ ।

‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’ ଏକ କମେଡି ଭିତ୍ତିକ ଫିଲ୍ମ । ଏହି ଫିଲ୍ମ ମାଧ୍ୟମରେ ଆୟୁଷ୍ମାନ ସମାଜକୁ ପୁଣି ଏକ ନୂଆ ବାର୍ତ୍ତା ଦେବାକୁ ଚେଷ୍ଟା କରିଛନ୍ତି ।

ସମଲିଙ୍ଗି ସମ୍ପର୍କ ଉପରେ ଆଧାରିତ ଏହି ଫିଲ୍ମର ଲିଡ୍ ରୋଲରେ ଆୟୁଷ୍ମାନ ଖୁରାନା ଓ ଜିତେନ୍ଦ୍ର କୁମାର ଅଛନ୍ତି ।

ଏହି ଫିଲ୍ମରେ ଅନ୍ୟ ପ୍ରମୁଖ ଭୂମିକାରେ ଅଛନ୍ତି ‘ବଧାଇ ହୋ’ ସିନେମାରେ ଦମଦାର ଭୂମିକାରେ ନଜର ଆସିଥିବା ଗିରିରାଜ ରାଓ ଓ ନିନା ଗୁପ୍ତା । ହିତେଶ କୈବଲ୍ୟଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମ ଆସନ୍ତା ଫେବୃଆରୀ ୨୧ରେ ରିଲିଜ ହେବ ।

ସେହିପରି ଭିକି କୌଶଲଙ୍କ ଅଭିନୀତ ଫିଲ୍ମ ‘ଭୁତ: ପାର୍ଟ ୱାନ-ଦ ହଣ୍ଡ୍ ସିପ୍‌’ ବି ଆଜି ପରଦାରେ ରିଲିଜ ହୋଇଛି । ଏହି ଚଳଚ୍ଚିତ୍ରରେ ଭିକିଙ୍କ ସହ ଭୂମି ପେଡନେକର, ଆଶୁତୋଷ ରାଣା, ସିଦ୍ଧାନ୍ତ କପୁର ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସୁଛନ୍ତି ।

ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ପ୍ରତାପ ସିଂହ ।

Leave A Reply

Your email address will not be published.