Latest Odisha News

BREAKING NEWS

‘ଝିଅ-ଝିଅ’ ଚିଡ଼େଇବାରୁ ହତ୍ୟା କରିଦେଲା ସାଙ୍ଗ

ଭୁବନେଶ୍ୱର: ତାମିଲନାଡୁରେ ଜଣେ ଦ୍ୱାଦଶ ଶ୍ରେଣୀ ଛାତ୍ର ଚିଡ଼ାଚିଡ଼ି ପାଇଁ ସ୍କୁଲ ସାଙ୍ଗକୁ ହତ୍ୟା କରିଛି । ଅଭିଯୁକ୍ତକୁ ଝିଅ-ଝିଅ କହି ଚିଡ଼େଇବାରୁ ଉତ୍ୟକ୍ତ ହୋଇ ହତ୍ୟା କରିଥିବା ପୋଲିସ୍ ସୂଚନା ଦେଇଛି ।
କଲ୍ଲାକୁରିଚି ଜିଲ୍ଲାରେ ଘଟିଛି ଏହି ହତ୍ୟା ।

ଅଭିଯୁକ୍ତକୁ ବାରମ୍ବାର ତାର ଶରୀର ଏବଂ ଚାହାଣୀ ପାଇଁ ଚିଡ଼ା ଯାଉଥିଲା । ବାରମ୍ବାର ଅନୁରୋଧ ସତ୍ୱେ ବନ୍ଦ ହୋଇନଥିଲା ଅନ୍ୟ ସାଙ୍ଗ । ଏହାର ରାଗ ରଖି ପରବର୍ତ୍ତୀ ମୁହୂର୍ତ୍ତରେ ଉକ୍ତ ସାଙ୍ଗକୁ ଅଭିଯୁକ୍ତ ପାର୍ଟି କରିବାକୁ ଡାକିଥିଲା ।

ଏକ ନିଛାଟିଆ ଜାତୀୟ ରାଜପଥ ଉପରେ ଅଭିଯୁକ୍ତ ସାଙ୍ଗକୁ ଛୁରୀ ଭୁସି ହତ୍ୟା କରିଛି । ତଦନ୍ତ ବେଳେ ସବୁ ସତ କଥା ମାନିଯାଇଛି ଅଭିଯୁକ୍ତ । ପୋଲିସ ଅଭିଯୁକ୍ତକୁ ହତ୍ୟା କରିବା ପରେ ନାବାଳକ ହେତୁ ସୁଧାର ଗୃହକୁ ପଠେଇଛି ।

ତଦନ୍ତକାରୀ ଅଫିସର କହିଛନ୍ତି ଯେ, ଅଭିଯୁକ୍ତ ଚିଡ଼େଇବାକୁ ନେଇ ଅତ୍ୟନ୍ତ ମାନସିକ ଚାପଗ୍ରସ୍ତ ହୋଇଯାଇଥିଲା । ଅତି ଭୟାତୁର ଅବସ୍ଥାରେ ମଧ୍ୟ ରହୁଥିବା ସେ ମାନିଥିଲା । ଯାହାର ପ୍ରତିକ୍ରିୟା ସ୍ୱରୂପ ସେ ସାଙ୍ଗକୁ ହତ୍ୟା କରିଛି ବୋଲି ପୋଲିସ୍ କହିଛି ।

Leave A Reply

Your email address will not be published.