ପାପ
ପାପ
ପ୍ରଜ୍ଞା ନିବେଦିତା ନାୟକ
ଡହଡହ ଚା' କପରେ
ତମ ନରମ ଓଠ
ଆସ୍ତେ ବୁଡିଗଲାପରେ
ସକାଳ ସୂରୁଜ ବି
ରୋମାଣ୍ଟିକ୍ ଲାଗେ
ଠିକ୍ ପୁନେଇ ରାତିର ଜହ୍ନ ପରି।
ଚା' କପ୍ ବି ଲାଜେଇଯାଏ
ତମ ଓଠ ସ୍ପର୍ଶରେ
ଯେମିତି ଦିନେ ଲାଜେଇଥିଲି
ସେଇ ପହିଲି ଛୁଆଁରେ।
ସମ୍ମୋହନ ଆଉ ଶିହରଣର କଥା…