Latest Odisha News

ପାପ

ପାପ
ପ୍ରଜ୍ଞା ନିବେଦିତା ନାୟକ

ଡହଡହ ଚା’ କପରେ
ତମ ନରମ ଓଠ
ଆସ୍ତେ ବୁଡିଗଲାପରେ
ସକାଳ ସୂରୁଜ ବି
ରୋମାଣ୍ଟିକ୍ ଲାଗେ
ଠିକ୍ ପୁନେଇ ରାତିର ଜହ୍ନ ପରି।

ଚା’ କପ୍ ବି ଲାଜେଇଯାଏ
ତମ ଓଠ ସ୍ପର୍ଶରେ
ଯେମିତି ଦିନେ ଲାଜେଇଥିଲି
ସେଇ ପହିଲି ଛୁଆଁରେ।

ସମ୍ମୋହନ ଆଉ ଶିହରଣର କଥା ଇୟେ…
ମହାନଦୀ ଛାତି ପରି
ବ୍ୟାପ୍ତ ପ୍ରେମର ଚଉପାଢୀ;
କାହିଁ କେତେ ଜନ୍ମରୁ
ସାଜି ସାରିଛି ତମ ରାତିର ଅଭିସାରିକା
ଭିଜିବାକୁ, ଭୋଗିବାକୁ
ଆଉ ଏକ ଯୌବନର ପ୍ରାପ୍ତି।

ଆମ ଭିତର ରାକ୍ଷସଗୁଡା
ଆଜି ଉତ୍ପାତ
କରିବାକୁ ନୂଆ କିଛି ପାପ !
ମନେରଖ, ସେ ପାପ ଗୁଡା
ଉତ୍କଟ ନୁହଁନ୍ତି,
ସୁଶୀଳ, ମଧୁର, ଛଳଛଳ।
ତମେ ତାକୁ ନୂଆ କିଛି ନାଁ ଦେଇପାର।

ଦୈହିକ ପାପକୁ ଅବା
କି ନାଁ ଦିଆଯାଇପାରେ ଯେ…
ସେଥିରେ ତ ସଭିଏଁ ଭୋଗୀ;
ପୁଣି ସକାଳୁ ପାଣି ସିଞ୍ଚି
ତିଆରନ୍ତି ପୁଣ୍ୟର ସାରଣୀ।

ହେଲେ ତମେ ଗଢିପାର
ସେ ପାପକୁ ନିହାଣରେ
ସଜେଇପାର ପଳାଶ ଫୁଲରେ
ଅବା ରଖିପାର ତମ ଛାତି ଭିତରେ ସବୁଦିନ
ଚେତନାର ଦ୍ଵାହି ଦେଇ…

ବିଶ୍ଵାସ କର,
ମୋର ତିଳେ ମାତ୍ର ଦୁଃଖ ନାହିଁ..।
…………………
ସାଲେପୁର, କଟକ,୭୫୪୨୦୨।
ମୋ- ୬୩୭୦୧୬୯୬୪୯
ଜନ୍ମ ତାରିଖ- ୦୨/୦୭/୧୯୯୫

Leave A Reply

Your email address will not be published.